ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଧୁବାମୁଣ୍ଡା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଉଦ୍ଘାଟନ କାରିଥିଲେ। ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଚିତ୍ତରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୋଟ୍ ୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ରକ୍ତଭଣ୍ଡାରର ଜଗତ ନାରାୟଣ ଦରୱାନ, ସତ୍ୟବ୍ରତ ତାଣ୍ଡି, ଯୁଧିଷ୍ଠିର ନାଏକ, ଡା. ମହେନ୍ଦ୍ର କୁମାର ଭୋଇ, ଡା. ରମାକାନ୍ତ ମଙ୍ଗରାଜ, ସନ୍ତୋଷ ଭୋଇ, କମଳା ସିଂ, ସୁକୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।