ମାଣ୍ଡେଲ ହାଇସ୍କୁଲ କର୍ମଚାରୀ ସ୍ଵର୍ଗତ ଡମ୍ବରୁ ଭୋଇଙ୍କ ପରିବାରକୁ ଓଷ୍ଟାର ସହାୟତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଡମ୍ବରୁଧର ଭୋଇ(୩୮)ଙ୍କ ଦେହାନ୍ତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ସେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ମାଣ୍ଡେଲରେ ସେବା ଦେଇ ଆସୁଥିଲେ। ତାଙ୍କରି ଆବର୍ତ୍ତମାନ ସାରା ବିଦ୍ୟାଳୟର ଶିକ୍ଷକ, ସେବକ, ଛାତ୍ରଛାତ୍ରୀ ମାନଙ୍କୁ ମର୍ମାହତ କରିଅଛି। ଆଜି ରେଖପୁର ଗ୍ରାମରେ ଅନୁଷ୍ଠିତ ତାଙ୍କର ଏକାଦଶା କାର୍ଯ୍ୟରେ ଓଡିଶା ମଧ୍ୟମିକ ସ୍କୁଲ ସଂଘ (ଓଷ୍ଟା)ର ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, ନର୍ଲା ବ୍ଲକ  ସାଧାରଣ ସମ୍ପାଦକ ବିକ୍ରମ ଗଉଡ଼, ପ୍ରଧାନ ଶିକ୍ଷକ ତୁଷାର କାନ୍ତ ସାହୁ, ସହ ଶିକ୍ଷକ ସବ୍ୟସାଚୀ ଥପା, ରାଜ୍ୟ ଓଷ୍ଟା ତରଫରୁ ସହାୟତା ରାଶି ପ୍ରଦାନ କରି ଶୋକ ସନ୍ତପ୍ତ ପାରିବାରକୁ ଶାନ୍ତ୍ବନା ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସୁବୋଧ କାଂଶ ଭୋଇ, ସ୍ୱାଧୀନ କୁମାର ପ୍ରଧାନ, ଜନାର୍ଦନ ସାହୁ, ସର୍ବେଶ୍ୱର ଭୋଇ, ମନୋଜ କୁମାର ଭୋଇ, ଗୁଣ ରାଣା, ମଧୁସୂଦନ ଜାଲ, ବିଜୟ ବନଛୋର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ରିହାବିଲିଟେସନ ଆସିଷ୍ଟାଣ୍ଟ ନିୟମ ୧୯୯୦ କୁ ସରକାର ଉଠାଇ ଦେଇଥିବାରୁ ପରିବାରର ସଦସ୍ୟ ଚାକିରି ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି ସରକାର ଦୃଷ୍ଟିଦେବା ପାଇଁ ବୁଦ୍ଧିଜୀବି ମହଲରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.