ନାବାଳିକା ଦୁର୍ଷମ ମାମଲା; ଅନୁପକୁ ୨୧ ବର୍ଷ ଜେଲ ଦଣ୍ଡାଦେଶ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜି ଏକ ନାବାଳିକା ଦୁର୍ଷମ ମାମଲାର ବିଚାର କରି ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୧ବର୍ଷ ୩ ମାସ ୧୭ ଦିନ ସଶ୍ରମ କରାଦଣ୍ଡ ଏବଂ ୧୨ ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି ଏବଂ ଜରିମାନା ଅନାଦେୟ ଅତରିକ୍ତ ୧ବର୍ଷ ସଶ୍ରମ କରାଦଣ୍ଡାଦେଶ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଜେଲ ଦଣ୍ଡାଦେଶ ପାଇଥିବା ଯୁବକ ଜଣକ ହେଲେ ଡୁଙ୍ଗୁରିପାଲିର ଅନୁପ ନାଗ (୨୨)। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଥିବା ଅନୁପ ନାଗଙ୍କ ବାପା କିଶୋର ନାଗଙ୍କୁ ପ୍ରମାଣ ଅଭାବ କାରଣରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଅଭିଯୁକ୍ତ ଅନୁପ ନାଗଙ୍କ ସହିତ ଡୁଙ୍ଗୁରିପାଲି ଅଞ୍ଚଳର ଜୈନିକା ୧୭ ବର୍ଷିୟା ନାବାଳିକାର ପ୍ରେମ ସମ୍ପର୍କ ରହିଥିଲା। ଏହି ଘଟଣା ଜଣାପଡିବା ପରେ ଉଭୟ ପରିବାର କିଛି ଭଦ୍ର ବ୍ୟକ୍ତିଙ୍କୁ ନେଇ ବୈଠକ କରାଯିବା ସହ ନାବାଳିକା ପ୍ରାପ୍ତ ବୟସ୍କ ହେବା ପରେ ଉଭୟଙ୍କୁ ବିବାହ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଥିଲା। ଏବଂ ପୀଡିତା ନାବାଳିକାକୁ ଅଭିଯୁକ୍ତର ବାପା କିଶୋର ନାଗ ନିଜ ଘରେ ଝିଅ କରି ରଖିଥିଲା। ପରେ ଅଭିଯୁକ୍ତ ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ନାବାଳିକାକୁ ମାରପିଟ କରି ଅଭିଯୁକ୍ତ ଘରୁ ତଡି ଦିଆଯାଇଥିଲା। ଏନେଇ ଗତ ୩୦.୯.୨୦୨୧ ରେ ନବାଳିକା ପୀଡିତାର ବାପା ଡୁଙ୍ଗୁରିପାଲି ଥାନାରେ ଅନୁପ ଓ ତା ବାପା ନାମରେ ଲିଖିତ ଅଭିଯୋଗ କରିଥିଲେ। ମାମଲାଟି ସୁବର୍ଣ୍ଣପୁର ଅତିରିକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ବିଚାରଧିନ ଥିଲା। ମାମଲାର ବିଚାର କରି ଆଜି ଏଡିଜେ ଶ୍ରୀଯୁକ୍ତ ବିଶ୍ଵାଳ ଅଭିଯୁକ୍ତ ଅନୁପ ନାଗକୁ ଜେଲ ଦଣ୍ଡାଦେଶ ଶୁଣାଇ ଥିବା ବେଳେ ଅଭିଯୁକ୍ତର ବାପା କିଶୋର ନାଗଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ସତନ୍ତ୍ର ପିପି ଦଶରଥ ମାହାଣା ଏହି ମାମଲା ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.