କିଡିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟର ଅନ୍ତର୍ଗତ କିଡିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିଲେ।

ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ,ବିସମିଲ୍ଲା ଖାଁ ଉପାଧୀ ପ୍ରାପ୍ତ କଳାହାଣ୍ଡି ଲୋକ କଳାକାର ତଥା ଶିକ୍ଷକ ସର୍ବେଶ୍ଵର ଭୋଇ, ସମ୍ବଲପୁରୀ ଗାୟକ ତ୍ରିଲୋଚନ ସୁନା, ସିକେରକୁପ ଫାଣ୍ଡି ଅଧିକାରୀ ମିନି କେତନ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁନି ରାମ ଶବର, ଯୋଗଦେଇ ଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରୀ ରୋଜି ବଗର୍ତ୍ତୀ ଓ ଆରତୀ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ।କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ।

ଏଥିରେ ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ମହାନ୍ତି, ଶିକ୍ଷକ ଅକୃର ତାଣ୍ଡି, ମାନସ ନାଏକ, ଇଶ୍ଵର ବଗର୍ତ୍ତୀ, ସେନା ଶବର, ଯୋଗେଶ୍ୱର ଶବର, ଦେବାନନ୍ଦ ବଗର୍ତ୍ତୀ, ଗୁଣ ନିଧି ଛତ୍ରିଆ, କୁନ୍ତ ଶବର, ଦଶରଥ ଶବର, ଗଣେଶ ଶବର, ବିଜୟ ଭରାସଗରିଆ, ଗୁଣ ବଗର୍ତ୍ତୀ, ସଞ୍ଜୟ ଛତ୍ରିଆ, ଜୟନ୍ତ ଶବର, ଡମ୍ବରୁ ଧର ଶବର, ଲିଙ୍ଗ ରାଜ ଶବର, ଭୂର୍ତୃଶ୍ବର ଶବର, ରୋମାଞ୍ଚଳ ଶବର, ଦେବରାଜ ଶବର, ଚନ୍ଦ୍ର ଧ୍ଵଜ ଶବର, ମାନସ ଶବର, ସମେତ ସମସ୍ତ ପୁର୍ବତନ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିନାଥ ପଣ୍ଡାଙ୍କୁ ସମ୍ମାନିତ କରିଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ କନ୍ଦର୍ପ ନାଗଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନକୁ ଦିବଂଗତ କନ୍ଦର୍ପ ନାଗଙ୍କ ସୁପୁତ୍ର ସତ୍ୟ ନାରାୟଣ ନାଗ ଗ୍ରହଣ କରିଥିଲେ।

ସେହିପରି ବିଦ୍ୟାଳୟର ପୁରାତନ ଛାତ୍ରୀ ଶ୍ରୀମତୀ ସଞ୍ଜୁ ଲତା ନାଏକ, ଶ୍ରୀମତୀ ପୂର୍ଣ୍ଣିମି ବଗର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିବା ବେଳେ ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.