ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।ଏ ପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କରମତଳା ଗ୍ରାମପଞ୍ଚାୟତର ତୁଷ୍ଟାପାଲି ଗାଁରେ। ଏହି ଗାଆଁର ସ୍ନେହଲତା ବୁଡ଼େକ (୫୫)। ଆଜି ଅପରାହ୍ନରେ କାଳବୈଶାଖୀ ପାଇଁ ସଇଁତଳା ଅଞ୍ଚଳରେ ଝିପି ଝିପି ବର୍ଷା ହେବା ସହ ପବନ ଓ ବିଜୁଳି ମାରିଥିବା ବେଳେ ତୁଷ୍ଟାପାଲିର ଜଣେ ମହିଳା ଛେଲି ଚାରାଇବା ପାଇଁ ନିଜ ବିଲକୁ ଯାଇଥିଲେ। ତେବେ ବର୍ଷା ପାଇଁ ଏକ ଗଛ ମୂଲ ରେ ଥିବା ବେଳେ ମହିଳା ଜଣକର ବଜ୍ରାଘାତରେ ମୃତ୍ୟୁ ହୋଇଥିଲା।ତେବେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳକୁ ଯିବା ସହ ପୋଲିସକୁ ଖବର ଦେଇଛନ୍ତି। ଆଉ ଜଣଙ୍କୁ ହଉଛନ୍ତି ଗୌରାଙ୍ଗ ଦଳପତି ବଜ୍ରାଘାତରେ ଆଘାତ ହୋଇ ସଇଁତଳା ଗୋଷ୍ଠୀ କେନ୍ଦ୍ର ରେ ଭର୍ତ୍ତି କରାଯାଇଥବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.