ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ପକ୍ଷ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ପଖୱାଡା ପାଳନ ଅବସରରେ ଆଜି ମିଶନ ଶକ୍ତି ସଭା ଗୃହ ଠାରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମକୁ ସୋନପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର ଶୁଭ ଉଦ୍ଘାଟନ କରି ପ୍ରଥମ ୧୦୦୦ ଦିନ ଗୋଟାଏ ଶିଶୁ ପାଇଁ କେତେ ଗୁରୁତ୍ଵ ପୁର୍ଣ୍ଣ ଅଟେ ଏବଂ ଗୋଟାଏ ଶିଶୁ ର ଶାରୀରିକ ମାନସିକ ବିକାଶ ଓ ଏହାର ସଚେତନ ପାଇଁ ଏହି ପକ୍ଷ ପାଳନ ଆହୁରି ଗୁରୁତ୍ବ ପୂର୍ଣ୍ଣ ଅଟେ ବୋଲି କହିଥିଲେ। ଏବଂ କେତେ ଦିନରେ ମାସରେ ବର୍ଷରେ ଶିଶୁ ର ଓଜନ ଉଚ୍ଚତା କେତେ ହେବା ଉଚିତ ଏ ବିଷୟରେ ଓ ଶିଶୁ ର ସମ୍ପୂର୍ଣ ସ୍ବାସ୍ଥ୍ୟ ଉପରେ କିଭଳି ଯତ୍ନବାନ ହେବା ଗାଁ ଗାଁ ରେ ଘରେ ଘରେ ଗର୍ଭବତୀ ମହିଳାଙ୍କୁ ସଚେତନ କରିବାକୁ ଅଙ୍ଗନୱାଡି କର୍ମୀ ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସାଗରିକା ସ୍ବାଇଁ ସମସ୍ତ ଅଙ୍ଗନୱାଡି କର୍ମୀ ଙ୍କୁ ପରାମର୍ଶ କରିଥିଲେ। ଗତ ୮ ତାରିଖ ରୁ ୨୨ ତାରିଖ ଯାଏ ଏହି ପୋଷଣ ପକ୍ଷ ପାଳନ କରାଯାଇ ବ୍ଲକର ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ପ୍ରସୂତୀ ମହିଳା ମାନଙ୍କୁ ସଚେତନ କରାଯାଇଥିଲା। ପ୍ରସୂତୀ ମହିଳା ଓ ମା ମାନଙ୍କୁ ମିଲେଟ ଜାତୀୟ ଓ ପୁଷ୍ଟିକର ଖାଦ୍ୟ ବ୍ୟବହାର କରିବାକୁ କର୍ମୀ ମାନେ ସଚେତନ କରିଥିଲେ। ଯେମିତି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁସ୍ଥ ଓ ସୁନ୍ଦର ହୋଇ ଏକ ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ ରେ ସହାୟକ ହୋଇ ପାରିବ ସେ ଦିଗରେ ମା ମାନେ ଯତ୍ନବାନ ହେବାକୁ କର୍ମୀ ମାନେ ପରାମର୍ଶ କରିଥିଲେ l ଏହି ଅବସର ରେ ସୋନପୁର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ଯlଳୟ ରୁ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୋନପୁର ବ୍ଲକ୍ ର ଶତାଧିକ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.