ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ତାଲିମ କର୍ମଶାଳା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଳକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ପରିଦର୍ଶକ ମାନଙ୍କୁ ନେଇ ଅଦ୍ଵିକା ଯୋଜନା ସମ୍ବନ୍ଧ ରେ ଦୁଇ ଦିନିଆ ତାଲିମ କର୍ମଶାଳା ଉଦଘାଟନ ହୋଇଯାଇଛି। ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଅନୁଷ୍ଠିତ ଏହି ତାଲିମ କର୍ମଶାଳା କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଶୁଭ ଉଦ୍ଘାଟନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ଏହି ଯୋଜନା ଓ କର୍ମଶାଳାକୁ ସଫଳ କରିବାକୁ ସମସ୍ତ ପ୍ରଶିକ୍ଷକ , ସିଡିପିଓ ଏବଂ ସୂପଭାଇଜର ମାନଙ୍କ ଉଦ୍ୟମ ଜରୁରୀ ଓ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ପରାମର୍ଶ କରିଥିଲେ। ଏହି ତାଲିମ ଶିବିର ସଭା କାର୍ଯ୍ଯକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ସଂଯୋଜନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓ ଏବଂ ସୁପର ଭାଇଜର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.