ଆତଙ୍କୀ ହମଲାରେ ମୃତକ ମାନଙ୍କୁ ରୁପ୍ରାରୋଡରେ ଶ୍ରଦ୍ଧାଞ୍ଜଳି; କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହେଲେ ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ପ୍ରେସ କ୍ଲବ ଆନୁକୁଲ୍ୟରେ କ୍ଲବର ବରିଷ୍ଠ ସଦସ୍ୟ ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି ଓ ସୁମିତ(ଭାଲୁ)ଶର୍ମାଙ୍କ ଆହ୍ବାନ କ୍ରମେ ନାଗରିକ ମଞ୍ଚ ନେତୃତ୍ଵରେ ସଭାପତି ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ଶର୍ମା, ପ୍ରଦୀପ କୁମାର ଅଗ୍ରୱାଲ, ରାଧେଶ୍ୟାମ ଖେତାନ, ବରିଷ୍ଠ ଆଇନଜୀବି ସୁବାଷ ଅଗ୍ରୱାଲା, ଅଶୋକ କମାନୀ, ରାଜେଶ ଦତ୍ତା ପ୍ରମୁଖଙ୍କ ସମେତ ଶତାଧିକ ଯୁବ ବର୍ଗ ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ମାନେ ମଧ୍ଯ ଅଂଶ ଗ୍ରହଣ କରିଥିଲେ। ସମସ୍ତଙ୍କ ମଧ୍ୟରେ ଆତଙ୍କ ବାଦୀଙ୍କ ବର୍ବରୋଚିତ ନାରକିୟ କାଣ୍ଡ କୁ ବିରୋଧାଭାସ ର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଆଳତୀ ପରେ ପ୍ରଥମ କ୍ୟାଣ୍ଡେଲ ଧରି ନର୍ଲା ବିଧାୟିକା ମନୋରମା ମହାନ୍ତି ଶୋଭାଯାତ୍ରା ର ଆଗରେ ଚାଲିଥିଲେ। ଶୋଭାଯାତ୍ରା କାରୀଙ୍କ ଭାରତ ମାତାକି ଜୟ, ପାକିସ୍ଥାନ ମୁର୍ଦ୍ଦାବାଦ, ଆତଙ୍କବାଦୀ ମୁର୍ଦ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ରୁପ୍ରାରୋଡ ବସ୍ତି। ଶୋଭାଯାତ୍ରୀ ଦଳ ହାତରେ କ୍ୟାଣ୍ଡେଲ ଧରି ନାରବାଜୀ କରି ବସ୍ତି ପରିକ୍ରମା କରିଥିଲେ। ଶେଷରେ ଷ୍ଟେସନ ଛକରେ ଆତଙ୍କୀ ହମଲାରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା ସହ ଶାନ୍ତିପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.