ଭୁବନେଶ୍ବର ମାରୱାଡି ଯୁବା ମଞ୍ଚର ସଭାନେତ୍ରୀ ଭାବରେ ଶପଥ ଗ୍ରହଣ କଲେ ଗୀତାଞ୍ଜଳି କେଜ୍‌ରିୱାଲ

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ସ୍ବର୍ଗତ ଲକ୍ଷ୍ମନଦାସ କେ୍ଜିରିୱାଲଙ୍କ କନିଷ୍ଠ ପୁତ୍ରବଧୁ ତଥା ଟିଟିଲାଗଡ଼ ମୂଳ ବାସିନ୍ଦା ବର୍ତ୍ତମାନ ଭୁବନେଶ୍ଵରରେ ଅବସ୍ଥାପିତ ବିଶିଷ୍ଟ ବ୍ୟବସାୟୀ ରାଜେଶ କୁମାର କେଜ୍‌ରିୱାଲଙ୍କ ସହଧର୍ମିଣୀ ଗୀତାଞ୍ଜଳି କେଜ୍‌ରିୱାଲ ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚର ଭୁବନେଶ୍ୱର ଶାଖା ସଭାନେତ୍ରୀ ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ବରର ମଞ୍ଚେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଉମେଶ ଖଣ୍ଡେଲୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ମାରୱାଡି ଯୁବାମଞ୍ଚର ଅଧ୍ୟକ୍ଷ ଅଜୟ କୁମାର ଶର୍ମା ଓ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଭାଜପା ରାଜ୍ୟ ମହିଳା ମୋର୍ଚା ସଭ୍ୟା ବିଦୁସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଦେଶ ମାରୱାଡି ଯୁବାମଞ୍ଚର ଉପାଧ୍ୟକ୍ଷ ଅରୁଣ କୁମାର ଅଗ୍ରୱାଲଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ମାରୱାଡି ଯୁବାମଞ୍ଚର ସଭାପତି, ସମ୍ପାଦକ ଏବଂ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.