ଶିଶୁ ସୈନିକ ସ୍କୁଲ ଟିକ୍ରାପଡ଼ାର ୨୦୦୫ ବ୍ୟାଚ ବିଦ୍ୟାର୍ଥୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ୨୦୦୫ ବ୍ୟାଚ ବିଦ୍ୟାର୍ଥୀଙ୍କ ସମ୍ମିଳନୀ ତଥା ତତ୍କାଳୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି | ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ରେଶ୍ମା ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଏସଏମସି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ମୁଖ୍ୟ ଅତିଥି, ତତ୍କାଳୀନ ଶିକ୍ଷକ ମଦନ ବାଗ, ପିତାମ୍ବର ବାରିକ, ରାକେଶ ପାତ୍ର, ପ୍ରଶାନ୍ତ ବାଗ, ଗୋକୁଳାନନ୍ଦ ବାରିକ, ତତ୍କାଳୀନ ଶିକ୍ଷୟିତ୍ରୀ ଅନସୂୟା ପଣ୍ଡା, ଅର୍ଚ୍ଚନା ଦାଶ, ଭାର୍ଗବୀ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ସାମ୍ବାଦିକ ରମାକାନ୍ତ ରାଜପଲିଆ ମୁଖ୍ୟବକ୍ତା ରହିଥିଲେ | ଦୀର୍ଘ ୨୦ ବର୍ଷ ପରେ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମାବେଶ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲା | ବିଦ୍ୟାର୍ଥୀଗଣ ନିଜ ନିଜ ଅନୁଭବ ଉପସ୍ଥାପନ କରି ଆଦର୍ଶ ନାଗରିକ ଗଢିବାରେ ଶିଶୁ ସୈନିକ ସ୍କୁଲର ଅବଦାନ ଅତୁଳନୀୟ ବୋଲି କହିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ ଦେଖାଇଥିବା ସୁପଥରେ ପରିଚାଳିତ ହୋଇ ଯଶସ୍ବୀ ହେବା ପାଇଁ ବକ୍ତାଗଣ ପରାମର୍ଶ ଦେବା ସହ ସମ୍ମିଳନୀ ଆୟୋଜନ ନେଇ ବିଦ୍ୟାର୍ଥୀଙ୍କ ପ୍ରଶଂସା କରିଥିଲେ | ଅଭିପ୍ସା ପଣ୍ଡା ଅତିଥି ପରିଚୟ ଓ ଭେଙ୍କଟେଶ୍ଵର ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ଅମିତ ପାତ୍ର, ଚନ୍ଦନ ରଣା, ସୁଶୀଳ ନାଗ, ଧର୍ମଚନ୍ଦ୍ର ବାଗ, ରାହୁଲ ଛତ୍ରିଆ, ଗୋପୀନାଥ ପ୍ରଧାନୀ, ଦୀପାଳି ମୁଣ୍ଡା ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.