୮୨ତମ ନୂଆପଡା ରାମଲୀଳା ଉଜ୍ଜାପିତ 

ଓଡିଆ ବାର୍ତ୍ତା/ ତୁଷୁରା (ତ୍ରିନାଥ ପଧାନ): ଗୁଡଭେଳା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ୮୨ତମ ରାମଲୀଳା ନାଟକ ସଭାପତି ହେମନ୍ତ ଧରୁଆ, ସମ୍ପାଦକ ହୃଷିକେଶ ମେହେର ଓ ଅନ୍ୟାନ୍ୟ ସଭ୍ୟଙ୍କ ସହଯୋଗରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଚଳିତ ବର୍ଷ, ରାମ -ନୟନ ପ୍ରଧାନ, ଲକ୍ଷ୍ମଣ -କିଷାନ ପ୍ରଧାନ, ସୀତା -ସତ୍ୟବାନ କୁଆଁର, ହନୁମାନ -ପ୍ରଦ୍ୟୁମ୍ନ କୁଅଁର, ରାବଣ -ସୁଦାମ ମଲ୍ଲିକ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଥିଲେ। ତାଣ୍ଡିଗାଁର ବ୍ରଜରାଜ ସାହୁ ସୀତାଙ୍କୁ କନ୍ୟାରୂପେ ବରଣ କରିଥିଲେ। ନୂଆପଡାରୁ ତାଣ୍ଡିଗାଁକୁ ଶ୍ରୀରାମଙ୍କ ବରାଯାତ୍ରୀ ଯାଇଥିଲେ। ପ୍ରତେକ ଦିନ ରାମଲୀଳା ନାଟକ ସମାପ୍ତି ପରେ ଦର୍ଶକ ଓ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ପ୍ରକାଶ ଥାଉ କି, ପ୍ରାକ ସ୍ୱାଧୀନତା ପୂର୍ବରୁ ୧୯୪୩ ମସିହାରେ ନୂଆପଡା ଗାଁରେ ଶ୍ରୀରାମ ନବମୀ ପାଳନ କରି ପୂଜା ଅର୍ଚନା କରାଯାଇଥିଲା। ତା ପରବର୍ଷ ୧୯୪୪ ମସିହାରେ ପ୍ରଥମ ଥର ପାଇଁ ରାମଲୀଳା ନାଟକ ପରିବେଷଣ ଖୋଲାମଞ୍ଚ ପରିବେଷଣ କରାଯାଇଥିଲା। ଏହି ରାମଲୀଳା ନାଟକ ସ୍ବର୍ଗତ ନରସିଂହ ମେହେର, ଶିବପ୍ରସାଦ ମେହେର, ହରିହର ପ୍ରଧାନ ସହ ଅନ୍ୟ ସଭ୍ୟ ମାନଙ୍କ ସହଯୋଗରେ ଆରମ୍ଭ ହୋଇଥିଲା। ରାମ ଭୂମିକାରେ ସ୍ବର୍ଗତ ଚନ୍ଦ୍ରଶେଖର ମେହେର, ସୀତା ଭୂମିକାରେ କୁମରମଣୀ ମେହେର, ଲକ୍ଷ୍ମଣ ଭୂମିକାରେ ଲଳିତନ ସାହୁ ଓ ହନୁମାନ ଭୂମିକାରେ ଚନ୍ଦ୍ରମଣି ପ୍ରଧାନ ଅଭିନୟ କରିଥିଲେ। ସ୍ବର୍ଗତ ନରସିଂହ ମେହେର ଭଗବାନ ରାମଙ୍କ ପାଖରେ ପୁତ୍ର କାମନା କରିଥିଲେ। ପୁତ୍ର ପ୍ରାପ୍ତି ପରେ ରାମ ଲକ୍ଷ୍ମଣଙ୍କ ପାଇଁ ରୁପାର ଧନୁ ଶର ଓ ସୀତାଙ୍କ ପାଇଁ ରୁପାମୁକୁଟ ଦାନ କରିଥିଲେ। ୧୯୭୩ ମସିହାରେ ସ୍ୱଗତ ପୂର୍ଣଚନ୍ଦ୍ର ମେହେର ରାମମନ୍ଦିର ପାଇଁ ଶିଳାନ୍ୟାସ କରି ଶୁଭ ଦେଇଥିଲେ। ୧୯୭୪ ମସିହାରେ ସ୍ବର୍ଗତ କୁମରମଣୀ ମେହେର ମନ୍ଦିର ନିର୍ମାଣ କରେଇ ପ୍ରତିଷ୍ଠା ଉତ୍ସଵ କରେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.