ଓଏସଇଏଫଡ଼ି ସଂଘର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଭୁବନେଶ୍ବର ସୂର୍ଯ୍ୟନଗର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ଶ୍ରୀ ବିଶ୍ବବିଜୟୀ ଦାଶ, ଯୁଗ୍ମ ସମ୍ପାଦିକା ସୁଶ୍ରୀ ଆର୍ଷୀ ଉପାସନା କର, କୋଷାଧ୍ୟକ୍ଷ ଶ୍ରୀ ଅଭିଷେକ ଆଚ଼ାର୍ଯ୍ୟ, ଆକାଉଣ୍ଟାଣ୍ଟ ଶ୍ରୀ ଅଶ୍ବିନୀ ମୁଦୁଲି, ସହ-କୋଷାଧ୍ୟକ୍ଷ ଶ୍ରୀ ପ୍ରିୟବ୍ରତ ରାଉତ, ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତଥା କୋର୍ କମିଟି ସଦସ୍ୟା ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ନୟାଗଡ଼ ଜିଲ୍ଲା ସମ୍ପାଦିକା ତଥା କୋର୍ କମିଟି ସଦସ୍ୟା ସୁଶ୍ରୀ ଶୁଭସ୍ମିତା ମିଶ୍ର, କୋର୍ କମିଟି ସଦସ୍ୟ ଶ୍ରୀ ହିତେଶ କୁମାର ମହନ୍ତ, ଶ୍ରୀମତୀ ଲିସ୍ପାଞ୍ଜଳୀ ସେନାପତି, ଚିତ୍ତରଞ୍ଜନ ପଣ୍ଡା, କେନ୍ଦ୍ରାପଡ଼ା‌ ଜିଲ୍ଲା ସଭାନେତ୍ରୀ ଶୁଭସ୍ମିତା ବେହେରା, ଢ଼େଙ୍କାନାଳର ଜିଲ୍ଲା ସଂଯୋଜିକା କଳ୍ପିତା ପରିଡ଼ା ଙ୍କ ସମେତ ବହୁ ଜିଲ୍ଲା ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ବୈଠକରେ ସଂଘର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ଓ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଉନ୍ନତ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.