ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଦ୍ବାରା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଓଡିଆ ବାର୍ତ୍ତା/ ଚିଲିକା (ବିଶ୍ବ ବିଜୟୀ ଦାଶ): ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ନିଜ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌କୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୧୭.୨୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ “ହଜ‌ ଠାରୁ ଦୀନବନ୍ଧୁପୁର ଭାୟା କାଲୁନିଆରୀ ଓ ଗମେଇ ରାସ୍ତା ନିର୍ମାଣ କାର୍ଯ୍ୟ, ୫୧୩.୧୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ପଣସଡ଼ିହ (ଶାଳିଆ ଡ଼୍ୟାମ) ଠାରୁ ନୀଳାଦ୍ରିପ୍ରସାଦ ଭାୟା ବରକୋଳି ରାସ୍ତା ନିର୍ମାଣ କାର୍ଯ୍ୟ, ୬୮୮.୭୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୀଳାଦ୍ରିପ୍ରସାଦ ଠାରୁ ପଣସଡ଼ିହ ଭାୟା ବରକୋଳି ରାସ୍ତାର ୧୦.୨୦ କି.ମି. ଠାରେ ଶାଳିଆ ୱାଟର ଚ଼ାନେଲ ଉପରେ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ, ୩୧୫.୨୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏନଚ୍ -୫ ଠାରୁ ରାହାଣବେଳି ରାସ୍ତାର‌ ଉନ୍ନତିକରଣ କାର୍ଯ୍ୟ ଓ ପୂର୍ତ୍ତ ବିଭାଗ ପକ୍ଷରୁ ୧୪.୭୮ କୋଟି ଟଙ୍କା‌ ଅଟକଳ ବ୍ୟୟରେ ସୁନାଖଳା ଠାରୁ ଆୟତପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ହେବା ଦ୍ୱାରା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ଉପକୃତ ହେବା ସହ ଗମନାଗମନ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ। ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ମାଧବ ପ୍ରଧାନ, ୧୪ ନଂ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ତପନ ପ୍ରଧାନ, କୁଲେଇ‌ ଗ୍ରା:ପ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ପ୍ରକାଶ ବେହେରା, ନୀଳାଦ୍ରିପ୍ରସାଦ ସରପଞ୍ଚ ଶ୍ରୀ ଉମାକାନ୍ତ ସାହୁ, ଭେଟେଶ୍ବର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.