ସୋନପୁରର ବିଶିଷ୍ଟ ବ୍ୟବସାୟୀ ବାବୁଲି ବକ୍ସିଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ସହରର ଘୋଡ଼ାଘାଟ ପଡ଼ା ବାସିନ୍ଦା ତଥା ମିଠା ଦୋକାନୀ ପ୍ରଭାତ ବକ୍ସି (ବାବୁଲି) ୫୫ ବର୍ଷ ଙ୍କ ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି। ଶ୍ରୀ ବକ୍ସି ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଥିବା ବେଳେ ସୋନପୁର କଚେରୀ ଛକ ଓ ଜୟଗୁରୁ ମାର୍କେଟର ପ୍ରସିଦ୍ଧ ମିଠା ଓ ଜଳଖିଆ ଦୋକାନୀ ଭାବେ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳ ରେ ଖୁବ୍ ପରିଚିତ ଥିଲେ। ଆଜି ବକ୍ସି ଙ୍କ ମର ଶରୀର ସୋନପୁରରେ ପହଞ୍ଚିବା ପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ଶତପଥୀ ଓ ଦିନେଶ ଅଗ୍ରୱାଲା, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ ଓ କଇରୁ ସ୍ବାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ମନୋଜ ପଣ୍ଡା, ଜୟ କୁମାର ମହଲା, ଅନେକ ଓକିଲ, ସାମ୍ୱାଦିକ, ମାର୍ଚେଣ୍ଟ ସଂଘର ପ୍ରାକ୍ତନ ସଭାପତି ରାମକୃଷ୍ଣ ମେହେର ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ, ଯୋଗଳୟ, ବରିଷ୍ଠ ନାଗରିକ ସଂଘ, ବାପୁଜୀ କ୍ଳବ୍ ଓ ସହରର ବିଭିନ୍ନ ସଂଗଠନ କର୍ମକର୍ତା ଶ୍ରୀ ବକ୍ସି ଙ୍କ ଅନ୍ତିମ ଦର୍ଶନ କରିଥିଲେ। ପୁତ୍ର କବୀର ବକ୍ସି ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନି ଦେଇଥବା ବେଳେ ରାମେଶ୍ବର ଶ୍ମଶାନ ଘାଟରେ ଅନ୍ତିମ ବିଦାୟ ସମୟରେ ଆଜି ଲୋକାରଣ୍ୟ ହୋଇ ଯାଇଥିଲା। ଶ୍ରୀ ବକ୍ସି ଙ୍କ ତିନି ଭାଇ, ଦୁଇ ଶଳା ଗୋପାଳ, ନିର୍ମଳ, ଆତ୍ମୀୟ ସ୍ୱଜନ ଙ୍କ ସମେତ ଶହ ଶହ ଲୋକ ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଶ୍ରୀ ବକ୍ସି ଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.