ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଲକ୍ଷ୍ମଣ କୁମାର ସା’ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ସ୍ଥିତ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଲକ୍ଷ୍ମଣ କୁମାର ସା’ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ସା’ଙ୍କୁ ମାନପତ୍ର ପ୍ରଦାନ କରାଯାଇ ତାଙ୍କର ଦୀର୍ଘ ୩୬ ବର୍ଷର ନିଷ୍ଠାପର ସେବା ଓ ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି।

ଶ୍ରୀ ସା, ତା. ୦୨.୦୪.୧୯୬୫ରେ କଳାହାଣ୍ଡି ଜିଲ୍ଲାର ଶାନ୍ତପୁର ଗ୍ରାମରେ ଦେବହୂତି ଓ ଶଶିଭୂଷଣ ସା’ଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ। ତା. ୦୧.୦୩.୧୯୮୯ରେ ଶାନ୍ତପୁର ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବେ କର୍ମଜୀବନ ଆରମ୍ଭ କରି ପରେ ତା. ୧୩.୦୪.୨୦୧୪ରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ ଯୋଗଦେଇ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା, ସରଳତା, ନିଷ୍କପଟତା ଏବଂ ସ୍ନେହପୂର୍ଣ୍ଣ ବ୍ୟବହାର ଶିକ୍ଷକ ଓ କର୍ମଚାରୀ ମହଲରେ ଆଦୃତ ହୋଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ, ଲକ୍ଷ୍ମୀପ୍ରିୟା ମୁଦୁଲି, ଭାରତ ଭୂଷଣ ସାହୁ, ସେକ୍ସନ ଅଫିସର ସୁକେଶ ମାଝୀ ଉପସ୍ଥିତ ଥିଲେ। 

ଏହା ସହ ସିଆରସିସି ସୌଭାଗ୍ୟ ରଞ୍ଜନ ସାହୁ, ପ୍ରକାଶ ପ୍ରଧାନ, ତ୍ରିନାଥ ଶ୍ୟାମ କୁମାର, ମନୋଜ ସାହୁ, କୁମାର ଗୌରବ ପରିଡ଼ା, ଶିବରାମ ପ୍ରଧାନ, ସଞ୍ଜୀବ ସାହୁ, ଘାସୀ ମାଝୀ, ଶ୍ରବଣ ସରାଫ, ଜଳନ୍ଧର ମାଝୀ, ଜ୍ୟୋତିର୍ମୟୀ କାଞ୍ଚନବାଳା ମହାରଣା, ଦୁଃଖୀଶ୍ୟାମ ବାରିକ, ଜୁନିଅର କିରାଣୀ ସୁଶାନ୍ତ ମାଝୀ, ପିଅନ ସ୍ଵାଧୀନ ସୁନା, ଏମଆଇଏସପିସି ରାକେଶ ମିଶ୍ର, ଏକାଉଣ୍ଟାଣ୍ଟ ସଂଜୀଟ ସାହୁ, ଚରଣ ଗୌଡ, ବିଆରଟି ନନ୍ଦକିଶୋର ପ୍ରଧାନ, ବସନ୍ତ ମଞ୍ଜରୀ ପୃଷ୍ଟି, ଡାଟା ଏଣ୍ଟ୍ରି ଅପେରେଟର କାର୍ତ୍ତିକ ରାଉତ, ଝସକେତନ ଘଡେ଼ଇ ଏବଂ ଗଙ୍ଗା ଚଣ୍ଡୀ ଉପସ୍ଥିତ ଥିଲେ।

ମଞ୍ଚ ପରିଚାଳନା ଭଟଙ୍ଗାପଦର ସିଆରସିସି ମନୋଜ କୁମାର ସାହୁ କରିଥିବା ବେଳେ ସିଆରସିସି ସୌଭାଗ୍ୟ ରଞ୍ଜନ ସାହୁ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସିଆରସିସି କୁମାର ଗୌରବ ପରିଡ଼ା।

ଏହି ଅବସରରେ ଉପସ୍ଥିତ ସମସ୍ତେ ଲକ୍ଷ୍ମଣ କୁମାର ସା’ଙ୍କ କାର୍ଯ୍ୟଦକ୍ଷତା ଓ ସେବାଭାବନାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ପରବର୍ତ୍ତୀ ଜୀବନ ସୁଦୀର୍ଘ, ସୁସ୍ଥ ଓ ଶାନ୍ତିମୟ ହେବା ପାଇଁ ମା’ ମାଣିକେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.