ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ଏବିଇଓ ଜୟକୁମାର ସାହୁ

ଓଡିଆ ବାର୍ତ୍ତା/ ବରଗଡ଼: ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଜୟକୁମାର ସାହୁ ଯୋଗ ଦେଇଛନ୍ତି। ଶ୍ରୀ ସାହୁ ପୂର୍ବରୁ ପଦ୍ମପୁର ରେ ଏବିଇଓ ଏବଂ ବିଆରସିସି ପଦବୀ ପୂର୍ଣ୍ଣ ଦାୟିତ୍ବର ସହ  ତୁଲାଇ ଥିଲେ। ଜଣେ ଦାୟିତ୍ବବାନ, କର୍ତ୍ତବ୍ୟନିଷ୍ଠ, ସୁଦକ୍ଷ, ତଥା ଶୃଙ୍ଖଳିତ ଅଧିକାରୀ ଭାବେ ସୁପରିଚିତ ଶ୍ରୀ ସାହୁ ଏହା ପୂର୍ବରୁ ଗାଇସିଲେଟ ବ୍ଲକରେ ଏବିଇଓ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର ଯୋଗଦାନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ପୁଷ୍ପଗୁଚ୍ଛ ତଥା ଔପଢୌକନ ଦେଇ ସ୍ୱାଗତ ଜଣାଇ ଶ୍ରୀ ସାହୁଙ୍କ ଯୋଗଦାନ ଫଳରେ ବ୍ଲକର ଶୈକ୍ଷିକ ତଥା ସହ ଶୈକ୍ଷିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଆହ୍ଵାନ କରିଥିଲେ ଏବଂ ଉକ୍ତ ସମାରୋହରେ ଏ.ବି.ଇ.ଓ. ରାମସିଂ ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କ ଯୋଗଦାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବୁଦ୍ଧିଜୀବୀଙ୍କ ମହଲରେ ଖୁସିର ଲହର ଖେଲିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.