ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ପାଇଁ ଶୁଭ ସ୍ତମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞ ନିମନ୍ତେ ବୁଧବାର ସକାଳ ୬.୫୦ ରେ ନାମଯଜ୍ଞ ମଣ୍ଡପ ସମ୍ମୁଖରେ ଶୁଭ ସ୍ତମ୍ବ ସ୍ଥାପନା କରାଗଲା। ସର୍ଗିଗୁଡା ଗାଉଁଟିଆ ପରିବାରର ଦାୟାଦ ନାମଯଜ୍ଞ ପରିଚାଳନା କମିଟି ର ସଭାପତି ପ୍ରଦୀପ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାମଯଜ୍ଞ କର୍ତ୍ତା ସଞ୍ଜୟ ନାଏକ ପୂଜାରେ ବସିଥିଲେ।ସକାଳ ୬ ଘଣ୍ଟା ସମୟରୁ ବ୍ରହ୍ମା ପଣ୍ଡିତ ପୂଜକ ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ଆରମ୍ଭ କରିଥିଲେ । ଧାର୍ମିକ ଯୁବକ ଲବଣୀ ଭୋଇ ପୁଜନ କାର୍ଯ୍ୟରେ ସହଯୋଗ କରିଥିଲେ। ପରିଚାଳନା କମିଟିର କର୍ମକର୍ତ୍ତା ନିକୁଞ୍ଜ ନାଗ, ଲଳିତ ପଧାନ,ମାନସ ସା, ଭବାନୀଶଙ୍କର ବାଗ, ଯତୀନ ସାହୁ, ପ୍ରେମାନନ୍ଦ ବେହେରା, ଗଜୀନ୍ଦ୍ର ମାଝୀ, ଜୟଦେବ ପୋଢ଼ ପ୍ରମୁଖଙ୍କ କର୍ମକର୍ତ୍ତା ଙ୍କ ସମେତ ଗ୍ରାମର ବରିଷ୍ଠ ବ୍ୟକ୍ତି ଜହରଲାଲ ବିଶ୍ବାଳ, ଚକ୍ରଧର ସା, ଉଗ୍ରସେନ ଗଉଡ, ପରମେଶ୍ୱର ବିଶ୍ୱାଳ, ବିରେନ୍ଦ୍ର ନାଏକ, ନିଳାମ୍ବର ପଧାନ,ଶଶିଦେବ ନାଗ, କୈଳାସ ବିଶ୍ୱାଳ, କୁବେର ବିଶ୍ୱାଳ, ସନାତନ ବିଶ୍ୱାଳ, ଅର୍ଚ୍ଛୁତ ପଧାନ, ଘନଶ୍ୟାମ ଭୋଇ, ପଙ୍କଜ ପଧାନ, ଦିଗ ପଧାନ, ବନବାସ ପଧାନ, ଭକ୍ତଚରଣ ନାଏକ, ସୁରେଶ ବିଶ୍ୱାଳ, ସୁବୋଧ ବିଶ୍ୱାଳ, ଗୌରଚନ୍ଦ୍ର ଗଉଡ, କବିରାଜ କରୁଆଁ, ଯୋଗୀନ୍ଦ୍ର ରଣା, ଗୁଲେଶ ପଧାନ, ରମେଶ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, କାଲିଆ ନାଏକ, ଫକୀର ନାଗ, ସମୀର ନାଏକ, ମାଧବ ବାରିକ ପ୍ରମୁଖଙ୍କ ସମେତ ଗ୍ରାମର ଅନେକ ଯୁବକ, ବ୍ୟକ୍ତି ବିଶେଷ ଓ ମହିଳା ଭକ୍ତ ମାନେ ଉପସ୍ଥିତ ରହି ଶୁଭ ସ୍ତମ୍ବ ସ୍ଥାପନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନାମଯଜ୍ଞ ପାଇଁ ଆସନ୍ତା ମଇ ୮ ରେ କଳସ ଯାତ୍ରା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ୯/୫ ସକାଳ ୫.୩୦ ଅଖଣ୍ଡ ନାମ ଆରମ୍ଭ ହେବ ବୋଲି ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ୯/୫ ରୁ ୧୧/୫ ତିନିଦିନ ଧରି ଅଖଣ୍ଡ ନାମ ଚାଲିବା ପରେ ୧୨/୫ ସକାଳେ ଏହାର ପୂର୍ଣ୍ଣାହୁତି ପଡିବ। ମଇ ମାସରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବିଶେଷ ବ୍ୟବସ୍ଥା କରାଯାଉଥିବା ନାମଯଜ୍ଞ ପରିଚାଳନା କମିଟିର ସଭାପତି ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.