ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଅକ୍ଷୀ ମୁଠି ଅନୁକୂଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଜିଲ୍ଳା କୃଷକ ସଂଗଠନ ପକ୍ଷରୁ ସୋନପୁର ବଡ଼ ଝିଙ୍କି ଠାରେ ଆଦର୍ଶ ଚାଷୀ ବିଦ୍ୟାଧର ଷାଣ୍ଢ ଙ୍କ ଫାର୍ମ ହାଉସ୍ ଠାରେ ପାରମ୍ପରିକ ପୂଜା ପରେ ଅକ୍ଷୀ ମୁଠି କାର୍ଯ୍ଯ ଆରମ୍ଭ ହୋଇଛି l ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ, ମା ଲକ୍ଷ୍ମୀ, ମା ଧରିତ୍ରୀ ତଥା ଇନ୍ଦ୍ର ଦେବତା ଙ୍କୁ ସ୍ମରଣ ଓ ପୂଜା କରି ଚଳିତ ବର୍ଷ ରେ ଜିଲ୍ଲା ରେ ଅଧିକ ରୁ ଅଧିକ ଶସ୍ୟ ଅମଳ କାମନା କରି ହଳ ଲଙ୍ଗଳ ପୂଜା କରିବା ପରେ ଜିଲ୍ଲା କୃଷକ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତି ରେ ଅଖି ମୁଠି କାର୍ଯ୍ଯ ଆରମ୍ଭ କରା ଯାଇଛି l ଓ ଜିଲ୍ଲା ରେ ପ୍ରତ୍ୟେକ ଚାଷ ର ଦ୍ଦୃତ ବିକାଶ ପାଇଁ ଚାଷ ର ସମସ୍ତ ଉପଯୋଗୀ ସାମଗ୍ରୀ ଯୋଗାଇ ଦେବାକୁ ସଂଗଠନ ପକ୍ଷରୁ ପ୍ରଶାସନକୁ ଦାବୀ କରିଛନ୍ତି। ଏଥିରେ ସଙ୍ଗଠନର ପଦ୍ମ ଲୋଚନ ମିଶ୍ର, ଜ୍ୟୋତି ରଞ୍ଜନ ବହିଦାର, ପ୍ରଦୀପ ପୁରୋହିତ, ନିରଞ୍ଜନ ତ୍ରିପାଠୀ, ମାଗୁଣି ସାହୁ, ପ୍ରତାପ ଦାଶ ପ୍ରମୁଖ ଚାଷୀ ନେତା ତଥା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.