ଜାମଖୁଣ୍ଟାରେ ଧରଣୀ ପେନୁ ବା ଯାଡେନ ଦେବୀ ସ୍ଥାପନା

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତି): ଧରଣୀ ପେନୁ ବା ଯାଡେନ ଦେବୀଙ୍କ “ଧରଣୀ ଖୁଟା” ସ୍ଥାପନା ନେଇ ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକର ଏକ ନିକଟସ୍ଥ ଗ୍ରାମ ଜମାଖୁଣ୍ଟାରେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧ ଜାତିର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାରେ ଧରଣୀ ପେନୁ ମାତୃଶକ୍ତି ଓ ପ୍ରକୃତିର ପ୍ରତୀକ ଭାବେ ପୂଜା ପାଉଛନ୍ତି। ଏହି ଉତ୍ସବରେ ଗ୍ରାମର ଶତାଧିକ କନ୍ଧ ସମ୍ପ୍ରଦାୟ ତଥା ଯାଦବ ସମାଜ ଲୋକେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଯାନୀ, ଗହତିଆ ଓ ପୂଜାରୀ ଗୌର ଯାନୀ ଓ ଗାଁ ମୁଖିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ ଏହି କାର୍ଯ୍ୟକ୍ରମର ପୁରୋଧା ଥିଲେ। କନ୍ଧର ନେତୃତ୍ୱରେ ପାରମ୍ପରିକ ଆଚାର ଅନୁଯାୟୀ ଧରଣୀ ପେନୁଙ୍କ “ଧରଣୀ ଖୁଟା” ଗ୍ରାମର ମଧ୍ୟଭାଗରେ ସ୍ଥାପନ କରାଯାଇଥିଲା। ପୂଜା ସମୟରେ ଗ୍ରାମବାସୀମାନେ ବୁକା, କୁକୁଡା, ଫଳ, ଫୁଲ, ମଦ ଅର୍ପଣ କରି ଦେବୀଙ୍କ ଆଶୀର୍ବାଦ ମାଗିଥିଲେ। ଗ୍ରାମର ବରିଷ୍ଠ ସଦସ୍ୟ କବିରାଜ ଠେଲା, ଡମନ ମଲିକ, ପ୍ରଫୁଲ୍ଲ ସେଲମା, ନର ବଗର୍ତ୍ତୀ, ଦୁର୍ଭାସା ବଗର୍ତ୍ତି, ଗୋପୀନାଥ ଭୋଇ, ଯୁଦ୍ଧଷ୍ଟିର ବଗର୍ତ୍ତୀ, ଉପେନ୍ଦ୍ର ବଗର୍ତ୍ତୀ, ସୁଦର୍ଶନ ବଗର୍ତ୍ତି, ଭଗବାନ ସୁନା, ପୂଜାରୀ ନିରଞ୍ଜନ ସେଲମା, ଶୀଧେ ସ୍ୱର ବଗର୍ତ୍ତୀ, ବୀର୍ଜଲାଲା ପରାଭୋଇ, ସନତୋଷ କଟା, ମାନଗୋବିନ୍ଦ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ଦିହାରି ଗ୍ରାମ ପରିକ୍ରମା କରିଥିଲେ। ଦୀର୍ଘ ୭୦ ବର୍ଷ ପରେ ନୂତନ ଧରିଣୀ ଖୁଟାର ନବକଳେବର ହୋଇଛି। ଉତ୍ସବରେ ପାରମ୍ପରିକ କନ୍ଧ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କ ମନ ମୋହିଥିଲା। ସ୍ଥାନୀୟ ପ୍ରଶାସନ ଓ ଗ୍ରାମ ପଞ୍ଚାୟତର ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.