ତାରାତାରିଣୀ ମହାବିଦ୍ୟାଳୟର ସଫଳତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ବାରା ପରିଚାଳିତ ସ୍ନାତକ ପରୀକ୍ଷାରେ ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ର ଶୁଭମ୍ ସାବତ ଷଷ୍ଠ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୈାରବ ଆଣି ପାରିଛନ୍ତି । ସେହିପରି ଓଡ଼ିଆ ବିଭାଗର ଛାତ୍ରୀ ଏନ୍. ସୋନାଲି ରେଡ଼ି ଦ୍ବିତୀୟ ସ୍ଥାନ , ଆର୍. ଲିପ୍ସା ରେଡ଼ି ଦଶମ ସ୍ଥାନ, ଇଂରାଜୀ ବିଭାଗର ଛାତ୍ରୀ ସୁଶ୍ରୀ ଲିପି ଗୈାଡ ପଞ୍ଚମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ଲାଗି ସୁନାମ ଆଣିଛନ୍ତି । ଛାତ୍ର ଛାତ୍ରୀଙ୍କ ଏହି ସଫଳତାରେ ବର୍ତ୍ତମାନ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରତିକ୍ରିୟାରେ ଛାତ୍ରଛାତ୍ରୀ ମାନେ କୁହନ୍ତି ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସୁଶାସନ ଏବଂ ବିଭାଗୀୟ ଅଧ୍ୟାପିକା ଅଧ୍ୟାପକମାନଙ୍କ ଗୁଣାତ୍ମକ ଶିକ୍ଷାଦାନ ତଥା ସହଯୋଗରୁ ହିଁ ଛାତ୍ରଛାତ୍ରୀ ମାନେ ଏତେ ବଡ଼ ସଫଳତା ପାଇ ପାରିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.