ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଦସ୍ୟଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଳିତ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଞ୍ଜନ ରାୟ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମା’ ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ବି. ଲୋକନାଥ ପାତ୍ର ଓ ଶ୍ରୀମତୀ ରତ୍ନମଣି ପାତ୍ରଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଂଘର ଉପସଭାପତି ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ପ୍ରାୟ ୭୦ ସଦସ୍ୟ, ସଦସ୍ୟାଙ୍କ ସମେତ ସଂପାଦକ ମନ୍ମଥ କୁମାର ରାଉଳ, ପ୍ରହ୍ଲାଦ ପ୍ରସାଦ ଲେଙ୍କା, ଡ଼.ମଧୁସୂଦନ ମହାପାତ୍ର, ରାଜକିଶୋର ସାହୁ ଏବଂ ଶ୍ରୀ ପାତ୍ରଙ୍କ ପୁଅ, ବୋହୂ, ନାତି, ନାତୁଣୀ, ଶୁଭେଛୁ ଓ ବନ୍ଧୁ ବାନ୍ଧବ ଯୋଗ ଦେଇ ଶ୍ରୀ ପାତ୍ରଙ୍କର ଦାମ୍ପତ୍ୟ ଜୀବନ ଦୀର୍ଘ ଓ ସୁଖମୟ କାମନା କରିଥିଲେ। ବରିଷ୍ଠ ନାଗରିକ ସଂଘ ତରଫରୁ ସମଗ୍ର ଅଞ୍ଚଳ ପାଇଁ ଏହା ଏକ ନୂତନ କାର୍ଯ୍ୟକ୍ରମ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.