ରିଷି ବିଶି ହେଲେ କୋକସରା ବ୍ଳକ ମାଟ୍ରିକ ଟପ୍ପର 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ରିଷି ବିଶି ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ୫୨୬ ମାର୍କ (୮୭.୬୬%) ରଖି କୋକସରା ବ୍ଳକ ଟପ୍ପର ହୋଇଛନ୍ତି। ବ୍ଳକ ଟପ୍ପର ହୋଇ ନିଜ ଗାଁ ଜନ୍ମମାଟି ତଥା ବିଦ୍ୟାଳୟର ଗୌରବ ବର୍ଦ୍ଧନ କରିଛନ୍ତି। ରିଷିଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପରିଚାଳନା କମିଟିର ସଦସ୍ୟ, ସମସ୍ତ ଶିକ୍ଷକ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଡରାମାଲ ଗ୍ରାମର ଛାତ୍ରୀ ରିଷିଙ୍କ ବାପା କିଶୋର ଚନ୍ଦ୍ର ବିଶି ଓ ମାତା ବିନତା ବିଶି ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପରିଶ୍ରମ, ଆଶୀର୍ବାଦ ତଥା ନିଜର ଦୃଢ଼ ମନୋବଳ ଓ ନିରନ୍ତର ପରିଶ୍ରମ ରହିଛି ବୋଲି ସେ’ ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପରେ ପରିବାର ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.