ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡାର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଶୁଭ ଖମ୍ବ ସ୍ଥାପନ କରାଯାଇଛି। ଆଗାମୀ ତା ୨୫-୫-୨୫ ରିଖ ଠାରୁ ତା ୨-୬-୨୫ ରିଖ ପର୍ଯ୍ୟନ୍ତ ମହା ସମାରୋହରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ ସହ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଯୋଜନା କରାଯାଇଛି। ମେ ୨୯ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବତିଶ ପ୍ରହର ନାମଯଜ୍ଞ ପାଇଁ ମଧ୍ଯ ଶୁଭ ଖମ୍ବ ସ୍ଥାପନ କରାଯାଇଛି। ସକାଳୁ ପୂଜାପାଠ ସହ ଖମ୍ବ ଅଣାଯାଇ ସଂଧ୍ଯା ସମୟରେ ଶୁଭ ବେଳାରେ ଶତାଧିକ ଭକ୍ତଙ୍କ ସମାବେଶରେ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ପୂଜକ ଦେବ ପ୍ରସାଦ ଷଡଙ୍ଗୀ, ରଥ ପ୍ରସାଦ ପାଢୀ, ତ୍ରିଲୋଚନ ତ୍ରିପାଠୀ, ଅର୍ଜୁନ ଥନାପତି ଓ ମୁଖ୍ଯ କର୍ତ୍ତା ମନମୋହନ ନାୟକଙ୍କ ନେତୃତ୍ବରେ ଗ୍ରାମର ଜନ ସାଧାରଣଙ୍କ ସହଯୋଗରେ ସୁଚାରୁ ରୁପେ ସଂପନ୍ନ ହୋଇଥିବାରୁ ମନ୍ଦିର ପରିଚାଳନା କମିଟିର ସଭାପତି ଏବଂ ସମ୍ପାଦକ ସାଧୁବାଦ ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.