ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ବାଲେଶ୍ୱର ଗସ୍ତ : ପର୍ଯ୍ୟଟନ ସ୍ଥଳୀ ତାଳସାରି ଏବଂ ଚାନ୍ଦିପୁର ବେଳାଭୂମିର କଲେ ପରିଦର୍ଶନ ସମୀକ୍ଷା

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଉଭୟ ତାଳସାରି ଏବଂ ଚାନ୍ଦିପୁର ବେଳାଭୂମି ପରିଦର୍ଶନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦିନ ୧୧ଟା ସମୟରେ ନିଜ ସରକାରୀ ବାସଭବନରୁ ବାହାରି ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଆକାଶ ମାର୍ଗରେ ଆସି ଦିନ ୧ଟା ସମୟରେ ତାଳସାରି ସ୍ଥିତ ଅସ୍ଥାୟୀ ହେଲିପେଡରେ ଓହ୍ଲାଇଥିଲେ।

ସେଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ବାଲେଶ୍ୱରର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଅନ୍ୟାନ୍ୟ ବରିଷ୍ଠ ରାଜନୈତିକ ନେତୃବୃନ୍ଦ ସମେତ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ ସିଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ଼।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନୀୟ ପାନ୍ଥ ନିବାସ ଠାରେ ସେ ସ୍ୱଳ୍ପ ସମୟ ବିତାଇବା ପରେ ସିଧା ତାଳସାରି ସମୁଦ୍ର ବେଳା ଭୂମି ପରିଦର୍ଶନରେ ବାହାରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ ସିଂହ ମଧ୍ୟ ସାମିଲ ଥିଲେ। ଏହି ବେଳାଭୂମି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନିର୍ମାଣଧିନ ଆଡ଼ି ବନ୍ଧ, ରାସ୍ତା ନିର୍ମାଣ, ଆଲୋକୀକରଣ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ତାଳସାରି ବେଳାଭୂମି ପରିଦର୍ଶନ କରିବା ସହିତ ଚାନ୍ଦିପୁର ବେଳାଭୂମିର ମଧ୍ୟ ପ୍ରକଳ୍ପ କାର୍ଯ୍ୟ, ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ସୁବିଧା ବୁଲି ଦେଖିଥିଲେ।

ଏହି ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ଉଭୟ ବେଳାଭୂମି ପରିଦର୍ଶନ ସ୍ଥଳ ଠାରୁ ପହେଲଗାମ ଠାରେ ନିହତ ସ୍ବର୍ଗତ ସୁଶାନ୍ତ ସତପଥିଙ୍କୁ ଗ୍ରାମ ପର୍ଯ୍ୟନ୍ତ ଶ୍ରୀ ବ୍ରଜ ଗୋପାଳ ଦାସ, ଟି.ଆର.ଓ. ସୂର୍ଯ୍ୟ କୁମାର ନାୟକ, ତହସିଲଦାର, ଭୋଗରାଇ, ଶ୍ରୀ ସଞ୍ଜିବ କୁମାର ପାତ୍ର, ଟି.ଆର.ଓ. ଶ୍ରୀ ଅଶ୍ୱିନୀ କୁମାର ନାଏକ, ତହସିଲଦାର, ଡ. ମଧୁସ୍ମିତା ସାମନ୍ତରାୟ, ଏ.ପି.ଡି, ଶ୍ରୀ ସୁଶାନ୍ତ କୁମାର ନାଏକ ଅତିରିକ୍ତ ତହସିଲଦାର, ଶ୍ରୀ ପ୍ରକାଶ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟେ ଭାବରେ କାର୍ଯ୍ୟଭାର ତୁଲାଇଥିଲେ ଏବଂ ଜିଲ୍ଲା ପ୍ରସାଶନ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକ୍ରମକୁ ପୋଲିସ ବିଭାଗ, ଚିକତ୍ସା ବିଭାଗ ସମେତ ଉପମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସମସ୍ତ ବିଭାଗୀୟ ପଦାଧିକାରୀଙ୍କ ଦ୍ୱାରା ସଫଳ ରୂପାୟନ କରା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.