ବିକ୍ରାନ୍ତ ପଟ୍ଟନାୟକ ଜୁନାଗଡ଼ ବିଜେପି ନଗର ସଭାପତି ନିଯୁକ୍ତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭାରତୀୟ ଜନତା ପାର୍ଟିର ନୂତନ ଜୁନାଗଡ଼ ନଗର ସଭାପତି ଭାବରେ ବିକ୍ରାନ୍ତ ପଟ୍ଟନାୟକଙ୍କ ନିଯୁକ୍ତି କରା ହୋଇଛି।ଏହା ନେଇ ସ୍ଥାନୀୟ ମଣ୍ଡଳ ଓ ସମର୍ଥକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ନିଯୁକ୍ତି ପରେ ଜୁନାଗଡ଼ ନଗର ମଣ୍ଡଳ ତରଫରୁ ତାଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।ବିକ୍ରାନ୍ତ ପଟ୍ଟନାୟକ ଦୀର୍ଘଦିନ ଧରି ଦଳ ସହ ଜଡିତ ଥିବା ବେଳେ ସକ୍ରିୟ ଓ ଶ୍ରମଠାରୁ ସ୍ଥାନୀୟ ଦଳ ନେତୃତ୍ୱ ଦ୍ୱାରା ନୂତନ ଭୂମିକା ପାଇଁ ବାଛା ଯାଇଥିଲେ ଏବଂ ତାଙ୍କ ଉପରେ ଅସ୍ଥା ଓ ବିଶ୍ୱାସ ପ୍ରକଟ କରି ଭାରତୀୟ ଜନତା ପାର୍ଟି ଜୁନାଗଡ଼ ନଗର ସଭାପତି ଭାବେ ଗୁରୁ ଦାୟିତ୍ୱ ଦେଇଥିବାରୁ ମାନ୍ୟବର ରାଜ୍ୟ ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ,ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜୁନାଗଡ଼ ବିଧାୟକ ପ୍ରାର୍ଥ ମନୋଜ ମେହେର ଆଉ ଜୁନାଗଡ ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ନଗର ସଭାପତି ଶିବରାମ ରାଉତ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦଙ୍କୁ ଓ ଜୁନାଗଡ଼ ର ବରିଷ୍ଠ କାର୍ଯ୍ୟକର୍ତା ଓ ଯୁବମୋର୍ଚା,ମହିଳା ମୋର୍ଚ୍ଚା ର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତାଙ୍କ ନେତୃତ୍ୱରେ ଜୁନାଗଡ଼ ନଗରରେ ଦଳର ସଂଗଠନ ଓ ଗତିଶୀଳତା ବୃଦ୍ଧି ପାଇବ ବୋଲି ଅନେକେ ଆଶା କରୁଛନ୍ତି। ଜୁନାଗଡ଼ ନଗର ମଣ୍ଡଳ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଏହି ଅବସରରେ ବିକ୍ରାନ୍ତ ପଟ୍ଟନାୟକଙ୍କୁ ସୁଭେଚ୍ଛା ଓ ମଜବୁତ ସହଯୋଗ ପ୍ରତିଜ୍ଞା କରିଛନ୍ତି। ନୂତନ ସଭାପତି ତାଙ୍କ ନିଯୁକ୍ତି ପରେ କହିଛନ୍ତି, ମୁଁ ଏହି ଦାୟିତ୍ଵକୁ ଏକ ସେବା ରୂପେ ଗ୍ରହଣ କରୁଛି। ଜନତାଙ୍କ ଆଶା-ଆକାଂକ୍ଷା ପୂରଣ ପାଇଁ ମୁଁ ସମସ୍ତଙ୍କ ସହଯୋଗରେ ନିରନ୍ତର କାର୍ଯ୍ୟ କରିବି।ସମସ୍ତ ନେତୃବୃନ୍ଦଙ୍କୁ ମାନଙ୍କ ମାର୍ଗଦର୍ଶନ ଓ ପରାମର୍ଶରେ ଜୁନାଗଡ଼ ନଗର ରେ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ପ୍ରାଣପର୍ଯନ୍ତ ଉଦ୍ୟମ କରିବି ବୋଲି ନୂତନ ସଭାପତି ତାଙ୍କ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.