କେନ୍ଦୁପତ୍ର ଚୋରା ଚାଲାଣ ଗାଡ଼ି ଜବତ, ଡ୍ରାଇଭର ଫେରାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସକ୍ରିୟ ହେଉଛନ୍ତି କେନ୍ଦୁପତ୍ର ଚାଲାଣକାରୀ, ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଧରାପଡ଼ିଛି ୧୧୦୯ ଗାଡ଼ି। କାଗଜପତ୍ର ଦେଖାଇ ନ ପାରିବାରୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଗାଡ଼ିକୁ ଅଟକାଇ ସେଣ୍ଟ୍ରାଲ ଗୋଦାମକୁ ନେଇଥିବା ସୂଚନା ମିଳିଛି। କୋକସରା ବ୍ଲକ ଗୋତୋମୁଣ୍ଡା, ପିପଲଝାପରଠାରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଏକ ଗାଡି ଶୁକ୍ରବାର ସନ୍ଧ୍ୟାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ ଧରାପଡ଼ିଛି। ବେଆଇନ କେନ୍ଦୁପତ୍ର ବୋଝେଇ ଏହି ଗାଡିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ। ହେଲେ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରି ନଥିଲା। ଏହାପରେ ବନବିଭାଗ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇ ଯାଇଛନ୍ତି। ଅନ୍ୟପଟେ ଡ୍ରାଇଭରଙ୍କ ଫେରାର ହୋଇଥିବା ବେଳେ ଜଣେ ଅଟକ ଥିବା ଜଣାପଡିଛି। ଘଟଣା ସ୍ଥଳରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଏବଂ ଏସିଏଫ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.