ମ.ରାମପୁର ବ୍ଲକ୍ ଟପ୍ପର ହେଲେ ସୁହାନା ଓ ମୋନାଲିସା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମ,ରାମପୁର ବ୍ଲକ୍ ଟପ୍ପର ହେଇଛନ୍ତି ଶ୍ରୀ ଏଜୁକେଶନ ର ଦୁଇ ଜଣ ଛାତ୍ରୀ ସୁହାନା ପଧାନ ଓ ମୋନାଲିସା କାଲସାଏ । ଉଭୟ ୮୫ ପ୍ରତିଶତ ମାର୍କ ରଖି ବ୍ଲକ୍ ଟପ୍ପର ହେଇଥିବା ବେଳେ ତୃତୀୟ ସ୍ଥାନ ରେ ୫୦୯ ମାର୍କ ପାଇ ମଧୁସ୍ମିତା ମାଝୀ ରହିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଏଜୁକେଶନ୍, ତୁଜୁଙ୍ଗ ଶହେ ପ୍ରତିଶତ ରେଜଲ୍ଟ ଦେଇଛି । ଏହି ବିଦ୍ୟାଳୟ ର ୨୪ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୩ ଜଣ ପ୍ରଥମ ଶ୍ରେଣୀ ଓ ଜଣେ ଦ୍ୱିତୀୟ ଶ୍ରେଣୀ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହେଇଛନ୍ତି । ଶ୍ରୀ ଏଜୁକେଶନ ର ମୁଖ୍ୟ ପରିଚାଳକ ସରୋଜ ପତି ଏହି ଅବସର ରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇ ଥିବା ବେଳେ ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନ ଅଞ୍ଚଳ ରେ ଅଭିଭାବକ ଙ୍କ ଆତ୍ମବିଶ୍ବାସ ବୃଦ୍ଧି କରି ପାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.