ଫକୀରମୋହନ ମହାବିଦ୍ୟାଳୟରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ପାଠଚକ୍ର

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ‘ବ୍ରାଇଟ୍ ଫିନ୍ସ୍, ବ୍ରାଇଟ୍ ଫ୍ୟୁଚର୍ – ଆକ୍ୱାରିୟମ୍ ଫିସ୍ ଫର୍ ଏଭ୍ରିୱାନ୍’ ଶୀର୍ଷକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ଯୋଗ ଦେଇ ଏହି ପାଠଚକ୍ରକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇ.ସି.ଏ.ଆର. – ଜାତୀୟ ମଧୁରଜଳ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡ଼ ସରୋଜ କୁମାର ସ୍ବାଇଁ ଯୋଗଦେଇ ରଙ୍ଗୀନ୍ ମାଛର ପ୍ରଜନନ ଏବଂ ବଜାର ଚାହିଦା ସମ୍ପର୍କରେ ଆଲୋଚନା କରିଥିଲେ। ଜଣେ ଆକ୍ୱାରିୟମ୍ ରେ ଥିବା ରଙ୍ଗୀନ୍ ମାଛର ପ୍ରଜନନ କରି ସ୍ବାବଲମ୍ବୀ ହୋଇ ପାରିବ ବୋଲି ମତ ରଖିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଫିରୋଜ କୁମାର ପାଢ଼ୀ ପାଠଚକ୍ର ବିଷୟବସ୍ତୁ ସଂପର୍କରେ ଆଲୋକପାତ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ଡ଼ ଦିଲ୍ଲୀପ କୁମାର ବେଜ୍ କରିଥିଲେ । ଅବସର ପ୍ରାପ୍ତ ପ୍ରଫେସର ଡ଼ ଲମ୍ବୋଦର ଦେ ରଙ୍ଗୀନ୍ ମାଛର ଉପକାରିତା ଏବଂ ସୋନ୍ଦର୍ଯ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ଜସ୍ମିନ୍ ରାଉତ, ହୃଷିକେଶ ସେଠୀ, ବିଭୁଦତ୍ତ ପୃଷ୍ଟି ପାଠକ୍ରମର ପରିଚାଳନା ଦାୟିତ୍ଵରେ ଥିଲେ। ଶେଷରେ ଶ୍ରୀ ସୌମ୍ୟ ରଞ୍ଜନ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପାଠଚକ୍ରରେ ମହାବିଦ୍ୟାୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.