ନିଖିଳ ଓଡିଶା ଏମଡିଏମ ପାଚିକା ମହାସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଏମ୍ ଡି ଏମ୍ ପାଚିକା ମହାସଂଘର ବୈଠକ ବାନେର ଧାନ ମଣ୍ଡି ଠାରେ ସଙ୍ଘର ସଭାପତି କ୍ଷୀର ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପାଚିକା ମହାସଙ୍ଘ ନିଖିଳ ଓଡିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଭାପତି ଅକ୍ଷୟ କୁମାର ମାହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ରାଜ୍ୟ କାର୍ଯ୍ୟକାରୀଣିର ସଭ୍ୟା କବିତା ଖର୍ସେଲ, ଅନନ୍ତ ଦଣ୍ଡସେନା, ରାଜ୍ୟ ପରିଷଦ ସଭ୍ୟା ରିକେରାମ ଭାଟି, ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟା ବନିତା ବାଗ, ଜୟପାଟଣା ବ୍ଲକ ପାଚିକା ମହାସଙ୍ଘର ସାଧାରଣ ସମ୍ପାଦକ ପ୍ରମିଳା ମାଝୀ, ଗୋମତୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଆସନ୍ତା ତା ୦୫/୦୫/୨୦୨୫ ରିଖ ନିଖିଳ ଓଡିଶା ମହାସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିରେ ଅନୁବନ୍ଧିତ ସମସ୍ତ ଶ୍ରମିକ ସଂଗଠନ ଗୁଡ଼ିକର ନିଷ୍ପତ୍ତି ଅନୁସାରେ ସମଗ୍ର ରାଜ୍ୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ମହା ସଙ୍ଘର ଧର୍ମଘଟ କରାଯିବା ସହ ପାଚିକା ମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି କରିବା, ଓଡିଶା ସରକାର ଏମ୍ ଡି ଏମ୍ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସମ୍ପର୍କରେ ଦାବି ପତ୍ର ପ୍ରଦାନ କରାଯାଉଥିବା ବେଳେ ଜୟପାଟଣା ପାଚିକା ସଙ୍ଘ ମଧ୍ୟ ଆସନ୍ତା ତା ୦୫/୦୫/୨୦୨୫ ରିଖ ଉପଜିଲ୍ଲାପାଳ ଧର୍ମଗଡ଼ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥି ସହ ଆସନ୍ତା ତା ୨୦/୦୫/୨୬ ରିଖ ସର୍ବ ଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟି ପାଚିକା ସଙ୍ଘ ର ରାଜ୍ୟ ସଭାପତି ତାଙ୍କ ଅଭିଭାଷଣରେ କହିଥିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସମସ୍ତ ପାଚିକା ସଙ୍ଘ ର ସଭ୍ୟା ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ପାଚିକା ଯୋଗଦେଇ ଥିବାରୁ ଜୟପାଟଣା ବ୍ଲକ ପାଚିକା ସଙ୍ଘ ର ସଭାପତି କ୍ଷୀର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.