ମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକଙ୍କ ସମୀକ୍ଷା

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ରାଜ୍ୟ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳୀ ଶନିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସ‌ହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଶେଷ କରି ବର୍ତ୍ତମାନ ଚାଲିଥିବା ଶିଶୁ ଟ୍ରାକିଂ ସର୍ଭେର ଅଗ୍ରଗତି, ଏସ୍ଏଲ୍‌ଏନ୍, ପାଠ୍ୟ ପୁସ୍ତକ, ଶିଶୁ ବାଟିକା ଯୋଜନା ଆଦି ସମୀକ୍ଷା ଓ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ଯୁଗ୍ମ ନିର୍ଦ୍ଦେଶିକା। ଦାୟିତ୍ଵରେ ଥୁବା ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା ଜିଲ୍ଲା ଶିକ୍ଷା ବ୍ୟବସ୍ଥା ଉପରେ ଆଲାକପାତ କରିଥିଲେ। ବୈଠକକୁ ପ୍ରୋଗ୍ରାମର ଶେଖର ବେହେରା ପରିଚାଳନା କରିଥିବା ବେଳେ ପେଡାଗାଜି ପରିଚାଳକ ସୁରେଶ ପ୍ରଧାନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.