ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଭଇଁରି ପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିମଳା ଗ୍ରାମ ର ବାମ କେନାଲ ନିକଟସ୍ଥ ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି। ଯାହାରି ଫଳରେ ଗ୍ରାମ ର ଗୋଟିଏ ମାତ୍ର ନଳକୂପ ଚାଲୁଥିବା ରୁ ଗ୍ରାମ ରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ପୋଖରୀ ନାଳ ସୁଖିଯିବା ରୁ ଗ୍ରାମ ରେ ଥିବା ନଳକୂପ ମଧ୍ୟ ଅଚଳ ହେବାରେ ଲାଗିଲାଣି। ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହେଇଯିବା ଫଳରେ ଗ୍ରାମବାସୀ ଆବଶ୍ୟକ ମୁତାବକ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଅସୁବିଧା ସମ୍ମୁଖିନ ହେଉଛନ୍ତି। ତେଣୁ ଯଥା ଶୀଘ୍ର ସୈାର ଚଳିତ ପାନୀୟ ଜଳ ପ୍ରକଳ୍ପ ସକ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.