ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୩ ଗିରଫ, ୨ ଫେରାର

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଠାବ ହୋଇଛି । ଏହି ଗ୍ୟାଙ୍ଗର ତିନି ଏଣ ଗିରଫ ହୋଇଥିବାବେଳେ ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଫେରାର l ସାରଙ୍ଗଡ ଥାନ ପୋଲିସ୍ ଏମଭି ଚେକିଙ୍ଗ ସମୟରେ ଫୁଲବାଣୀ ଠାରୁ ବାଲିଗୁଡ଼ା ରାସ୍ତାରେ ଏକ ଅଲ୍ଟୋ କାର ନଂ- MH02AY7127ରେ ପାଞ୍ଚଜଣ ଆସୁଥିବାବେଳେ ସାରଙ୍ଗଡ ପୋଲିସ ଅଟକାଇ ଥିଲା ସନ୍ଧେହରେ ପଚାରିବା ସହ ଗାଡ଼ି ତନଖି କରାଯିବା ବେଳେ ଗାଡିରୁ ଏକ ମାଉଜର, ଗୋଟେ ଏଆର୍ ଗନ୍, ଭୁଜାଲି, ଦୁଇଟି ଛୁରୀ କିଛି ଟଙ୍କା ଜବତ କରିଥିଲା ପୋଲିସ l ପଚରା ଉଚରା ବେଳେ ସେମାନେ ସେମିତି କିଛି ବିଶ୍ବାସ ଯୋଗ୍ୟ ମତାମତ ଦେଇ ନଥିଲେ। ସେଥିରୁ ତିନି ଜଣଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ମାଷ୍ଟର ମାଇଣ୍ଡ ସହ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ l ଗିରଫ ତିନିଜଣ ମହାରାଷ୍ଟ୍ର ରାଜ୍ୟର ହୋଇଥିବାବେଳେ ସେମାନେ ହେଲେ ମହମ୍ମଦ ଆରିଫ ଅନସାରୀ(୨୩), ଶାହାବନ ଶାହା(୧୮), ଶେଖ୍ ମୁଷ୍ଟଫା(୧୮) ଥିବା ଜଣାପଡିଛି l ଏନେଇ ସାରଙ୍ଗଡ ଥାନ କେସ ନ-୬୭/୨୫ ଏକ ମାମଲା ରୁଜୁ କରି ପୋଲିସ୍ ଅଧିକ ତଦନ୍ତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.