ମଇ ୧୦ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଦୀର୍ଘଦିନ ମୋକଦ୍ଦମାର ସହଜ ସମାଧାନ ପାଇଁ ସୁଯୋଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ୧୦. ୦୫.୨୦୨୫ ରିଖ ଶନିବାର ଦିନ ଦ୍ଵିତୀୟ ରାଷ୍ଟୀୟ ଲୋକ ଅଦାଲତ ସୋନପୁର ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହେବ। ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କରୂଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉଁନ୍ସ ମାମଲାର ଆପୋସ ସହମତିରେ ସମାଧାନ କରାଯାଇ ପାରିବ। କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉଁନ୍ସ ମାମଲା, ବ୍ୟାଙ୍କରୂଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡାନ୍ତ ଏବଂ ଅମଳ ଯୋଗ୍ୟ ଅଟେ। ଯଦି କୌଣସି ବିଚାରାଧୀନ ମୋକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ ତଥା ସବିଶେଷ ବିବରଣୀ ନିମନ୍ତେ ନିକଟସ୍ଥ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ତାଲୁକ ଆଇନ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.