ପୁରୁଷୋତ୍ତମପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆୟୁଷ୍ମାନ କାର୍ଡ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସର ରେ ଆଜି ଅପରାହ୍ନ ରେ ଆୟୁଷ୍ମାନ କାର୍ଡ ବିତରଣ ଯୋଜନାର ଶୁଭାରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଭାଜପାର ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହିକାର୍ଡର ସୁବିଧା ଓ ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ ସଭାପତି ବିଜୟ ସ୍ୱାଇଁ, ଯୁବ ନେତା ନିର୍ମଳ ଚନ୍ଦ୍ର ସାହୁ, ଜୟନାରାୟଣ ଦାଶ, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, କାଉନସିଲର ଭାସ୍କର ବେହେରା, କେ ପ୍ରମୋଦ କୁମାର ଆଚାରୀ, ଭବାନୀ ଶଙ୍କର ନାହାକ, ଙ୍କ ସହିତ କାଉନ ସିଲର ପ୍ରତିନିଧି ଭାବେ ବିଶ୍ୱ ଭୂଷଣ ମହାପାତ୍ର, ଲୋକନାଥ ବେହେରା, ବିପ୍ର ବେହେରା, ଯତୀନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସ୍ବାସ୍ଥ୍ୟସେବାରେ କାର୍ଡର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ଏଥିରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ଗୋସ୍ବାମୀ, ବିପିଏମ ରାଧାକୃଷ୍ଣ ସାବତ,ଏ ଏନ ଏମ ରାମେଶ୍ବରୀ ପାଣିଗ୍ରାହୀ, ବିରଜା ବାଇଗଣ୍ଡ, ମନୋଜ ମହାରଣା ଏବଂ ବିଜେପିରବହୁ ନେତା କର୍ମୀ ଙ୍କ ଉପସ୍ଥିତି ରେ ସାତ ଜଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ | ପରେ ଏନଏସି ରେ ଆଶା କର୍ମୀଙ୍କ ସହାୟତା ରେ ସମସ୍ତଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ବିଧାୟକ ପୁର୍ଣଚନ୍ଦ୍ର ସେଠୀ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.