ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ରହିଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ବୈଠକ ଗୃହ ଠାରେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ପରିଚାଳନା ସଂସ୍ଥା ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କଲ୍ୟାଣ ସିଂହପୁର ତହସିଲ ଦାର ଶ୍ରୀ ରଞ୍ଜନ କୁମାର ମାନସେଠ୍, କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ସବ୍ୟସାଚି ନାୟକ, କଲ୍ୟାଣ ସିଂହପୁର ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ମମତା ରାଣୀ ଦାସ, କୋରାପୁଟ ଲୋକସଭା କଲ୍ୟାଣ ସିଂହପୁର ବ୍ଲକ ସାଂସଦ ପ୍ରତିନିଧି କୁମାର ସ୍ୱାମି କୌଶଲ୍ୟା,କଲ୍ୟାଣ ସିଂହପୁର ବ୍ଲକ (କ) ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ବୋମି ଗୌରୀଦେବୀଙ୍କ ପ୍ରତିନିଧି ଶ୍ରୀ ବୋମି ମାଧବ ରାଓ ଓ କଲ୍ୟାଣ ସିଂହପୁର ସଦର ସରପଞ୍ଚ ଗୌତମ ବାର୍ଲି ମଞ୍ଚାସିନ ରହିଥିଲେ | ଏହି ପରିପେକ୍ଷୀରେ ମାଝିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କମିଟି ଓ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, ରୋଗୀ ସହାୟକ ସହାୟିକା, କଲ୍ୟାଣ ସିଂହପୁର ବ୍ଲକର ସମସ୍ତ ଅଙ୍ଗନୱାଡି ସୁପର ଭାଇଜର, ସେଡ଼ ଅନୁଷ୍ଠାନ ତରଫରୁ ମାଆ ଗୃହ ପରିଚାଳିକା ଗଣଙ୍କ ଉପସ୍ଥିତିରେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବି.ପି.ଏମ୍ ବିଗତ ବର୍ଷରେ ରୋଗୀ ମାନଙ୍କ ହିତରେ ବ୍ୟୟ କରାଯାଇଥିବା ଅର୍ଥର ବିବରଣୀ ପାଠ କରିଥିବା ବେଳେ ଭାରପ୍ରାପ୍ତ ଡାକ୍ତର ସୁମିରନ ରାଉତ ଅଗାମି ଦିନରେ ରୋଗୀ ମାନଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ସାମଗ୍ରୀ ବିଶେଷ କରି ଡାକ୍ତର ଅଭାବ, ରୋଗୀ ସହାୟିକା ଅଭାବ, ପରୀକ୍ଷାଗାର, ପ୍ରସୂତି କକ୍ଷ୍ୟ ନିମିତ୍ତ ସରଞ୍ଜାମ, ଜରୁରୀ କାଳୀନ ଔଷଧ କିଣା ସହ ଜରୁରୀ କାଳୀନ ଗୃହ ନିର୍ମାଣ ସ୍ୱାସ୍ଥ୍ୟ କେନ୍ଦ୍ରର ସାମୁହିକ ଭିତିଭୂମି ବିକାଶ ନିମନ୍ତେ ରୋଗୀ ମାନଙ୍କ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ପାଇଖାନା, ରୋଷେଇ ଗୃହ, ଔଷଧୀୟ ବଗିଚା, ଜଳ ନିଷ୍କାସନ ପାଇଁ ନାଳ, ମୁଖ୍ୟ ରାସ୍ତାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଥିବା ରାସ୍ତାର ଉନ୍ନତି କରଣ ଭଳି ଅନ୍ୟାନ୍ୟ ପ୍ରସ୍ତାବ ମାନ ଦୃଷ୍ଟି ଗୋଚର କରିଥିଲେ | ଏହାରି ସମାଧାନ ନିମନ୍ତେ ମାନ୍ୟବର ବିଧାୟକ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପାରୁ ପର୍ଯ୍ୟନ୍ତ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ | ଶେଷରେ ଜନ ସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଉପସ୍ଥିତ ଅତିଥି ଗଣଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସଂପନ କରିଥିଲେ |