ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ ଥିବା ନେଇ ବିଭାଗୀୟ ଶ୍ରମ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଆଜକୁ ପ୍ରାୟ ୫ମାସ ହେବ ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ସମଲାକଟା ଗ୍ରାମ ନିକଟସ୍ତ ଏନାମ ଗ୍ରାମକୁ ପିଲର କଣ୍ଟ୍ରାକ୍ସନ କାର୍ଯ୍ୟ କରିବା ନିମନ୍ତେ ଠିକାଦାର ମହେଶଙ୍କ ପାଖକୁ ପହଞ୍ଚିଥିଲେ ୫ଜଣ ଶ୍ରମିକ । ପହଞ୍ଚିବା ପରେ ସେଠାରୁ ଉକ୍ତ ୫ଜଣ ଙ୍କୁ ଅଲଗା ଅଲଗା କଣ୍ଟ୍ରାକ୍ସନ କାମ ସାଇଟକୁ କାମ କରିବାକୁ ପଠାଇଥିଲେ ଠିକାଦାର ମହେଶ । ଫଳରେ ୫ଜଣ ଶ୍ରମିକ ଅଲଗା ଅଲଗା କାମ ସାଇଟରେ କାମ କରିବାକୁ ଗଲେ | ସେହି ଠିକାଦାର ମହେଶଙ୍କ କହିବା ଅନୁଯାୟୀ ୩ମାସ ହେବ ୫ଜଣ ଶ୍ରମିକଙ୍କୁ ଅଲଗା ଅଲଗା ରଖି କାମକରାଇ ଆସୁଥିଲେ । ଠିକାଦାରଙ୍କ କହିବା ଅନୁଯାଇ, ଅଭି ହୁଇକା, ରାଜୀବ ଲୋଚନ ଗୁରୁ, ବାଡ଼ୁ ନାରାୟଣ ଓ ଜଗୁ କାଡ୍ରାକାଙ୍କୁ ୩ ମାସର ପ୍ରାପ୍ୟ ମଜୁରୀ ପ୍ରଦାନ କରି ନିଜଗ୍ରାମକୁ ଫେରିଯିବାକୁ କହିଥିଲେ । ଉକ୍ତ ୪ ଜଣ ଯିବୁ ଯେ, ଆମର ବୁଡ଼ା ଭାଇ ଜଣକ କେଉଁଠି କାମ କରୁଛି ତାଙ୍କୁ ମଧ୍ୟ ନେଇକି ଯିବୁ ବୋଲି କହିଥିଲେ । ଏହାରି ପ୍ରତି ଉତ୍ତରରେ ଠିକାଦାର ମୁଁ ତାକୁ ତାର ସାଇଟ କାମ ସରିଲେ ପ୍ରାପ୍ୟ ମଜୁରୀ ପ୍ରଦାନ କରି ପଠେଇ ଦେବି ବୋଲି କହିଥିଲେ । ସେଠାରୁ ୪ଜଣ ନିଜ ଗ୍ରାମକୁ ଫେରିଲେ ସେହି ଚାରି ଜଣ ଫେରିବା ଦେଖି ଜେନା ଙ୍କ ସ୍ତ୍ରୀ ସିଙ୍ଗାରି ହିକକା ବୁଡ଼ା କାହିଁ କି ଆସିଲା ନାହିଁ ବୋଲି ପଚାରି ବୁଝିଥିଲେ ଓ ଠିକାଦାର ମହେଶଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ଠିକାଦାର ସଂଯୋଗରେ ଆସିନଥିଲେ । ଗାଁରେ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇ ୪ଜଣକୁ ପଚାରିଥିଲେ ଓ ନିଖୋଜ ବ୍ୟକ୍ତିଙ୍କୁ ଫେରସ୍ତ ନିମନ୍ତେ ଲିଖିତ ଅଭିଯୋଗ ପତ୍ର ଧରି ରାୟଗଡା ବିଭାଗୀୟ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ ଏହି ବିଷୟରେ ମୋ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆପଣ ମାନଙ୍କୁ ଜଣେଇବି ବୋଲି ପ୍ରତିଶୃତି ଦେଇଛନ୍ତି । ସରକାର ଖଟିଖିଆ, ମୁଲିଆ ଓ ଶ୍ରମିକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ରାୟଗଡ଼ା ଜିଲ୍ଲାର ବିକାଶ ନିମନ୍ତେ ବ୍ୟୟ କରୁଥିବା ବେଳେ ଜିଲ୍ଲାରେ କୌଣସି କାମ ନ ପାଇ ଶ୍ରମିକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଦାଦନ ଖଟିବାକୁ ଯାଉଥିବା ଶ୍ରମଯିବି ମାନେ କିଏ ନିଜ ପ୍ରାଣ ହରେଇ ଶବ ହୋଇ ଫେରୁଛି ତ କିଏ ନିଖୋଜ ହେଉଛି ଏଣୁ ଏଥିପ୍ରତି ଦାୟୀ କିଏ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।