କଶୃପଡା ହାଇସ୍କୁଲରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ କଶୃପଡା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ରେଡ଼କ୍ରସ ଶାଖାର ଛାତ୍ରଛାତ୍ରୀ ଓ ଜେ.ଆର.ସି. ପ୍ରଶିକ୍ଷକ ଗୋବିନ୍ଦ ବ୍ରହ୍ମାଙ୍କ ନେତୃତ୍ୱରେ ରେଡ଼କ୍ରସ ପ୍ରତିଷ୍ଠାତା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହାମାନବ ଜିନ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅମ୍ରିତା ସିଂ ପ୍ରଥମ, ଦେବକୀ ନାଏକ ଦ୍ଵିତୀୟ ଓ ନବ୍ୟା ଆଡ଼ ଯୁଆଡ଼ ତୃତୀୟ ସ୍ଥାନ ଲାଭ କରିଥିଲେ। ପରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ବିଶିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍ଥାନୀୟ ସରକାରୀ ହୋମିଓପ୍ୟାଥି ଡାକ୍ତର ସରିତା ତ୍ରିପାଠୀ ଓ ସେବାନିବୃତ୍ତ ଯବାନ ପ୍ରବୀଣ ଭୋଇ ଅତିଥି ଭାବରେ ଯୋଗଦେଇ ସେବାକୁ ନିଜ ଜୀବନରେ ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେବାସହ ଛାତ୍ରଛାତ୍ରୀଙ୍କ ସହିତ ନିଜ ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିବେକାନନ୍ଦ ଦାଶ, ଏନ.ସି.ସି. ଶିକ୍ଷକ ତିରମ ସୁନାନୀ, ବିଜ୍ଞାନ ଶିକ୍ଷୟିତ୍ରୀ କରିସ୍ମା ସାଗର, ରାମକୃଷ୍ଣ ବାରିକ, ପି.ଇ.ଟି. ପ୍ରିୟଙ୍କା ବିଶି ମଞ୍ଚାସୀନ ଥିଲେ। ଛାତ୍ରୀ ଆରତି ସରାଫ ଓ ଅମ୍ରିତା ସିଂ ଅଭିଭାଷଣ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟରେ କର୍ମଚାରୀ ରବି ସାହୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜି ସେନାପତି, ରେଶ୍ମା ଲୁହୁରା, ଚୁମନ ବିଶି, ନିଖିଳ ସା, ଆର୍ଯ୍ୟନ ଗଡତିଆ ସହଯୋଗ କରିଥିଲେ। ବିଦ୍ୟାଳୟ ରେଡ଼କ୍ରସ ଓ ଏନ.ସି.ସି. ଶାଖାର ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷୟିତ୍ରୀ କରିସ୍ମା ସାଗର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.