ଭୁବନେଶ୍ଵରରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

ଓଡିଆ ବାର୍ତ୍ତା/ ଭୁବନେଶ୍ଵର: ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ଆସନ୍ତା ୧୩ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ। ଭୁବନେଶ୍ଵରରେ ଅବସ୍ଥିତ ପୁରାତନ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କରୁଅଛି।

“କଳିଙ୍ଗାୟନ ତୌର୍ୟତ୍ରିକମ” ର ପ୍ରତିଷ୍ଠାତା ଓ ବରିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନର ନିର୍ଦ୍ଦେଶକ ଅଂଶୁମାନ ମିଶ୍ର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଏହାକୁ ୧୭ ବର୍ଷ ହେବ ଆୟୋଜିତ କରି ଆସୁଛନ୍ତି।

୧୭ତମ ଆନନ୍ଦ ଶ୍ରୀ ସମ୍ମାନରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମୀନାକ୍ଷୀ ବେହେରା ଓ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ସୁପୁତ୍ର ଗୁରୁ ଶ୍ରୀ ଶରତ କୁମାର ଦାସ। ଏହି ଆୟୋଜିତ ସନ୍ଧ୍ୟାରେ ଅତିଥି କଳାକାର ରୂପରେ ନୃତ୍ୟ ପରିବେଷଣ କରିବେ ଓଡିଶୀ ନୃତ୍ୟ ଶିଳ୍ପୀ ଆରୀୟା ନନ୍ଦୀ।

ଏହି ବର୍ଷ ନୂତନ ଭାବେ “କଳିଙ୍ଗାୟନ ତୌର୍ୟତ୍ରିକମ” ଅନୁଷ୍ଠାନ ତରଫରୁ ପ୍ରଫେସର ରାଜ କିଶୋର ମିଶ୍ରଙ୍କ ସ୍ମୃତିକୁ ମନେ ରଖିବା ପାଇଁ ଅଧ୍ୟୟନ କ୍ଷେତ୍ରରେ “ପ୍ରଫେସର ରାଜ କିଶୋର ମିଶ୍ର ମେମୋରିଆଲ ପୁରସ୍କାର” ପ୍ରଦାନ କରିବ। ଏହି ପୁରସ୍କାର ପାଇଁ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ କଲେଜର ମେଧାବୀ ଛାତ୍ରୀ ବିଦୁସ୍ମିତା ଓଝାଙ୍କୁ ମୋନୋନିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.