ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ପରୀକ୍ଷା ଫଳର ସମୀକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ ୱାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ର ୧୩ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ପରୀକ୍ଷା ପରିଚାଳକ ଙ୍କୁ ନେଇ ସି ବି ଏସ ସି ପରୀକ୍ଷା ଫଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭବାନୀପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ଚୌଧୁରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଆ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ କୁମାର ପାଢ଼ୀ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ପରୀକ୍ଷା ର ଫଳାଫଳ କୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଗତ ବର୍ଷ ର ପରୀକ୍ଷା ଫଳ ଅପେକ୍ଷା ଚଳିତ ବର୍ଷ ର ପରୀକ୍ଷା ଫଳ ରେ ଉନ୍ନତି ହେଇଥିବା ଜାଣି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦର ୱାନ୍ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ବର୍ଷ ମାନଙ୍କ ରେ କେମିତି ଶତ ପ୍ରତିଶତ ପରୀକ୍ଷା ଫଳ ପାଇବା ସେ ଦିଗରେ ଯତ୍ନବାନ ହେବା ସହ ବିଦ୍ୟାଳୟ ର ସୌନ୍ଦର୍ଯ୍ୟକରଣ ପାଇଁ ପରାମର୍ଶ ଦେଇ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରିଆ ମଧ୍ୟ ଆଗାମୀ ଶିକ୍ଷା ବର୍ଷ ରେ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ କରିଥିଲେ । ବୈଠକ ଶେଷ ରେ ଲାଞ୍ଜିଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସହ ଅଧ୍ୟକ୍ଷା ସୁଶ୍ରୀ ଶୁଭଶ୍ରୀ ସାମନ୍ତରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.