ବାଲିଗୁଡ଼ାରେ ଦେବର୍ଷି ନାରଦ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ମୂଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବ୍ୟବସ୍ଥା ପ୍ରମୁଖ କାଳନ୍ଦୀ ଚରଣ ପଣ୍ଡା, ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ଏକଲ ବିଦ୍ୟାଳୟର ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଶିକ୍ଷକ ତୀର୍ଥବାସୀ ଘଡେ଼ଇ ପ୍ରମୁଖ ଯୋଗଦେଇଥିଲେ l ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ l ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ମନ ଯାନରେ ପରିଭ୍ରମଣ କରି ଦେବ, ଦାନଵ ସମସ୍ତଙ୍କ ଠାରେ ପହଞ୍ଚି ଖବର ପରିବେଷଣ କରୁଥିଲେ l ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ l ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ l ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁ୍ପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାଜୁ ଅତିଥି ମାନେ ପରାମର୍ଶ ଦେଇଛନ୍ତି l ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତିର୍ଥବାସୀ ଘଡେ଼ଇ ସଂଯୋଜନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.