ସୋନପୁର କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘର ସଧାରଣ ବୈଠକ ଅନୁଷ୍ଠିତ

ସରକାରୀ ମାନ୍ୟତା ନେଇ ଆନ୍ଦୋଳନ ପାଇଁ ସଜବାଜ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର କଲେଜ ଠାରେ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ବାର୍ଷିକ ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟ ଗଠନର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ଲାଗି ରହିଥିବା ବିଭିନ୍ନ ଅସୁବିଧା ତଥା ସରକାରୀ ମାନ୍ୟତା ନ ପାଇବା ନେଇ ବୈଠକରେ ବ୍ୟାପକ କ୍ଷୋଭ ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିକୁ ସାଧାରଣରେ ଦାୟୀ କରାଯାଉଛି। ୧୯୬୪ ମସିହାରେ ଗଠିତ ଏହି ମହାବିଦ୍ୟାଳୟକୁ ଏବେ ସରକାରୀ ମାନ୍ୟତା ପ୍ରଦାନ ଦାବିରେ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କ ସଂଘ ଅଣ୍ଟା ଭିଡ଼ିଛି। ଆଜି ସୋନପୁର ମହାବିଦ୍ୟାଳୟ ପରିସରରେ ପୂର୍ବତନ ସଭାପତି ପ୍ରଫୁଲ୍ଲ ରଥଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀଙ୍କ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ କାର୍ଯ୍ୟକାରିଣୀ ସମିତି ଗଠିତ ହୋଇଥିଲା। ସଭାପତି ଭାବେ ଶ୍ରୀ ରଥ ପୁନଃ ମନୋନୀତ ହୋଇଥିବା ବେଳେ ଉପସଭାପତି ଗତିକୃଷ୍ଣ ମିଶ୍ର, ସାଧାରଣ ସମ୍ପାଦକ ଭାରତ ଭୂଷଣ ଦାସ, ସହ ସମ୍ପାଦକ ସରୋଜ କୁମାର ପ୍ରଧାନ ଓ ବିଶ୍ୱଵୀର ମିଶ୍ର, କୋଷାଧ୍ୟକ୍ଷ ବିଶ୍ବରଂଜନ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା। ଆବାହକ ଭାବେ ରହିଛନ୍ତି ସୁଦାମ ମିଶ୍ର। ଏହା ସହ ଏକ ୧୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହିତ ୬ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରାଯାଇଛି। ଏଥିରେ ଉପଦେଷ୍ଟା କମିଟି, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ପ୍ୟାପାର, ସ୍ୱତନ୍ତ୍ରକାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ବିଭିନ୍ନ ଉପ କମିଟି ଗଠନ କରାଯାଇଥିଲା। ଏଥିରେ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ତଥା କଲେଜର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଆଲୋଚନା ହୋଇଥିଲା। ଏହି ସଭାକୁ ପୂର୍ବତନ ଛାତ୍ର ନେତା ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ। ଶେଷରେ ନବନିଯୁକ୍ତ ସାଧାରଣ ସମ୍ପାଦକ ଭାରତଭୂଷଣ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ। ପରେ ନୂତନ କାର୍ଯ୍ୟକାରିଣୀ ସଭ୍ୟ ମାନେ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସହ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଶପଥ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.