ଟୋଲବ୍ରାହ୍ମଣୀ ସିଦ୍ଧ ରତ୍ନ କୁଟିର ପରିଦର୍ଶନରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ପରିଦର୍ଶନ କରିଛନ୍ତି କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ। ଆଶ୍ରମର ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ। ରବିବାର ସାଂସଦ ମହିମା ଆଶ୍ରମରେ ପହଞ୍ଚି ଉଦ୍ୟୋକ୍ତା ବୈଦ୍ୟରାଜ ପବିତ୍ର ଶବରଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ଜନ ସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ବୈଦ୍ୟରାଜ ପବିତ୍ର ଶବରଙ୍କ ଧର୍ମପତ୍ନୀ ପଦ୍ମା ଶବର ଓ ମହିଳାମାନେ ସାଂସଦଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ସମୟରେ ଆଶ୍ରମରେ ବ୍ରହ୍ମ ଅବଧୂତ ଭଗବାନ ବାବା ଓ ସାଧୁ ସଦାନନ୍ଦ ଦାସଙ୍କ ସହ ଅନେକ ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଜନତାଙ୍କ ସହ ସାଂସଦ ଭାବ ବିନିମୟ କରିଥିଲେ। ଅଞ୍ଚଳବାସୀଙ୍କ ଅସୁବିଧା ସମୁହ ସମ୍ବନ୍ଧୀୟ ପତ୍ର ସବୁ ଗ୍ରହଣ କରିବାର ଦାଇତ୍ୱ ବିଜେପି ରାଜ୍ୟ ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ଭୋଇଙ୍କୁ ପ୍ରଦାନ କରି ଆଗାମୀ ଦିନରେ ଏସବୁର ସୁସମାଧାନ କରାଯିବ ବୋଲି ସାଂସଦ ଶ୍ରୀମତୀ ଦେଓ କହିଛନ୍ତି। ସାଂସଦଙ୍କ ଏହି ପରିଦର୍ଶନ ସମୟରେ ବରିଷ୍ଠ ବିଜେପି ନେତା ଖଗେନ୍ଦ୍ର ଭୋଇ, କଳାହାଣ୍ଡି ଜିଲ୍ଲା ବିଜେପି ଏସଟି ମହିଳା ମୋର୍ଚ୍ଚା ସମ୍ପାଦିକା ରିନା ଭୋଇ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ, ସିଦ୍ଧ ରତ୍ନ କୁଟିରର କାର୍ଯ୍ୟକର୍ତ୍ତା ଚନ୍ଦ୍ର ଶେଖର ଶବର, ବିଜେପି ନେତୃତ୍ଵ ନିଳାଞ୍ଚଳ ସିଂ ଠାକୁର, ବସନ୍ତ ତାଣ୍ଡି, ଭଜରାଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.