ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ମନମୋହିଲା କଲିକତାର ଅଘୋରୀ ନୃତ୍ୟ ସାଙ୍ଗକୁ ପୁରୀର ଶିବ ତାଣ୍ଡବ ନୃତ୍ୟ 

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୫ ଦିନରେ ପହଞ୍ଚିଛି l

ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l

ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l

ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ବର୍ତ୍ତମାନ ଖରାଛୁଟି ଥିବାରୁ ସ୍କୁଲ କଲେଜ ବନ୍ଦ ଅଛି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।

ଆଜି ମାସର ଶେଷ ରବିବାର ଥିବାରୁ ବାଲିଗୁଡା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ଏଣୁ ଅନ୍ୟ ଦିନ ଅପେକ୍ଷା ଆଜି ପ୍ରବଳ ଗହଳି ହୋଇଥିଲା, ଏହାକୁ ଆଖି ଆଗରେ ରଖି ବସଷ୍ଟାଣ୍ଡ ସଂଘ ତରଫରୁ ଘୋଳ ଦହି ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ରବିବାର ୨୦ ଦିନରେ ବସଷ୍ଟାଣ୍ଡ ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ l

ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ କଲିକତା ର ଅଘୋରୀ ନୃତ୍ୟ, ପୁରୀର ଶିବ ତାଣ୍ଡବ ନୃତ୍ୟ ଓ ସଂକୀର୍ତନ ମଣ୍ଡଳୀ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ ଦେଇ ବସଷ୍ଟାଣ୍ଡର ପ୍ରବେଶ ଦ୍ୱାରରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ l

ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ସୋମବାର ଦିନ ସାବିତ୍ରୀ ବ୍ରତ ପାଇଁ ବିଶ୍ରାମ ଦିବସ ରହିଥିବା ବେଳେ ମଙ୍ଗଳବାର ଦିନ ମା’ କନକ ଦୁର୍ଗା ଙ୍କ ନିଜସ୍ୱ ସାହି ନୂଆସାହି କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି l

ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଏଥିରେ ଯାତ୍ରା କମିଟି ସହ ବସଷ୍ଟାଣ୍ଡ କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.