କୋକସରା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହଠାରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ଭାବେ ପ୍ରମୋଦ ପ୍ରଧାନୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ପାତ୍ର, ଆମପାଣି ଜୋନ ଜିଲ୍ଳାପରିଷଦ ସଭ୍ୟ ହେମନ୍ତ ମାଝୀ ପ୍ରମୁଖ ଯୋଗଦେଇଥିଲେ। ବିଗତ ଦିନରେ ଗ୍ରାମସଭା ଦ୍ୱାରା ପାରିତ ହୋଇଥିବା ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନା କାର୍ଯ୍ୟଖସଡ଼ାର ଅନୁଦାନ ଆସିଥିବା ୨୪-୨୫ ଆର୍ଥିକ ବର୍ଷର ୨ କୋଟି ୮୯ ଲକ୍ଷ ୬୫ ହଜାର ଟଙ୍କା ଓ କାର୍ଯ୍ୟ ସମ୍ପାଦନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବର୍ଷା ଦିନରେ ଗମନା ଗମନର ସୁବିଧାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ ଶୀଘ୍ର ତ୍ୱରାନ୍ୱିତ କରିବାକୁ ଆଲୋଚନା ହୋଇଥିଲା। ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏଥିରେ ଯୋଗ ଦେଇଥିଲେ। କିଛି ପଞ୍ଚାୟତର ଜନ ପ୍ରତିନିଧି ଦେଇ ଥିବା ପ୍ରସ୍ତାବ ପାରିତ ହୋଇନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.