ଶୋଚନୀୟ ହୋଇ ପଡ଼ିରହିଛି ସିର୍ଲିଗୁଡା-ତେଣ୍ଡାପାଳି ରାସ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗମନା ଗମନକୁ ସୁଗମ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ତ୍ତ ବିଭାଗ, ଗ୍ରାମ୍ୟଉନ୍ନୟନ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଲାଗୁକରିଛନ୍ତି l ହେଲେ କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଠାରୁ ତେଣ୍ଡାପାଳି ରାସ୍ତା ବସତି ର ଦୀର୍ଘବର୍ଷ ହେଲା ବାରମ୍ବାର ଜନପ୍ରତିନିଧି, ପ୍ରଶାସନ ଆଗରେ ଗୁହାରୀ କଲେ ମଧ୍ୟ ଆଜି ହେବ କାଲି ହେବ କହି ବର୍ଷ ବର୍ଷ ବିତିଯାଉଛି l ଯାହାଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୈନନ୍ଦିନ ଜୀବନ ଜୀବିକା, ମେଡିକାଲ ଓ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ବେହେରା ସ୍କୁଲ କଲେଜ ଯାଉଛନ୍ତି।ବର୍ଷା ଦିନେ ରୋଗୀଙ୍କୁ ଖଟିଆରେ ବୋହି ନେବା ଘରକରଣା ସାମଗ୍ରୀ ପାଇଁ ବଳଦ ଚାଳିତ ଗିଡରି ସାହାଯ୍ୟରେ ନେବା ଆଣିବା କରୁଥିବା କୁହନ୍ତି। ଏପଟେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କହିଛନ୍ତି ଆମେ ପୂର୍ବରୁ ପ୍ରସ୍ତାବ ଦେଇ ସାରିଛୁ, ଅନୁଦାନ ଆସିଛି, ଟେଣ୍ଡର ପ୍ରୋସେସ ରେ ଅଛି, କହୁଥିବା ବେଳେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଭାଗ ସହିତ କଥାବାର୍ତ୍ତା ହୋଇ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶୃତି ଦେଇଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବା ବେଲେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କଲେ ଯାତାୟତ ସୁଗମ ହେବ ବୋଲି ଆଶା କରାଯାଉଛି। ଏ ନେଇ ଶ୍ୟାମ ସୁନ୍ଦର ନାଏକ, ଲଷ୍ମୀଧର ଧରୁଆ, ଭଲଭଦ୍ର ପୁଝାରୀ, ତରୁଣ ମାଝୀ, ଲୋକନାଥ ଭଏଁସାଲ, କର୍ଣ୍ଣଧର ଦୁର୍ଗା, ସୁଗ୍ରୀ ବାଗ, ଘନ ବାଗ, ଦେବାନନ୍ଦ ମାଝୀ, ଡମ୍ବରୁଧର ଧରୁଆ, ଥବୀର ବିଶି ପ୍ରମୁଖ ଗ୍ରାମବାସୀ ଯଥାଶୀଘ୍ର ରାସ୍ତା ମରାମତି କରିବା ପାଇଁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.