ଦେବଦମ୍ପତିଙ୍କ ବିବାହ ସଂପନ୍ନ; ଯୁଗଳ ମୂର୍ତ୍ତି ଦର୍ଶନ କରୁଛନ୍ତି ଭକ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ସହରରେ ଧୂମଧାମରେ ଚାଲିଛି ଶୀତଳ ଷଷ୍ଠୀ ଯାତ୍ରା। ଆଜି ହିମାଦ୍ରି ନଗର କନ୍ୟା ପିତା ଙ୍କ ଘର ଘୋଡାଘାଟପଡା ରେ ଦର୍ଶନ ଦେଉଛନ୍ତି ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଙ୍କ ଯୁଗଳ ମୂର୍ତ୍ତି। ଗତକାଲି ଘଣ୍ଟ, ମୃଦଙ୍ଗ, ଡିଜେବାଜା, ଶବର ଶବରୁଣୀ ନୃତ୍ୟ ଓ ଦୁଲଦୁଲି ବାଦ୍ୟ ସହ ଥନାପତି‌ପଡା ସ୍ଥିତ ବାବା ଚନ୍ଦ୍ରଶେଖର ମନ୍ଦିରରୁ ଦେବାଦେବୀ ଙ୍କ ବିରାଟ ପଟୁଆରରେ ବାହାରି ଘୋଡାଘାଟପଡା ସ୍ଥିତ ହିମାଦ୍ରୀ ନଗର ରେ ପହଞ୍ଚିଥିଲେ ମାତା ପାର୍ବତୀଙ୍କ ସହ ପାଣିଗ୍ରହଣ ପାଇଁ।କନ୍ୟାପିତା ସ୍ଵରୁପ ରେ ଥିବା ଇତିଶ୍ରୀ ବିଦ୍ୟାଧର ଓ ପ୍ରକାଶ ବିଦ୍ୟାଧର ଙ୍କ ବାସଭବନ ପରିସର ଲୋକାରଣ୍ୟ ହୋଇପଡିଥିଲା ପରେ ମଧ୍ୟରାତ୍ରରେ ପ୍ରଭୂ ଭୋଳା ଶଙ୍କର ଓ ମାତା ପାର୍ବତୀ ଙ୍କ ବିବାହ ସଂପନ୍ନ ହୋଇଥିଲା। ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଭାବରେ ୧୦୮ ତୋଳା ର ସୁନା ନାଗ ମୂର୍ତ୍ତି ଓ ମହଣ ମହଣ ରୂପା ନିର୍ମିତ ଦେବା ଦେବୀ ଙ୍କ ଆକର୍ଷଣୀୟ ବିମାନ ଯାହାକି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଏକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥାଏ। କଥିତ ଅଛି ମହାଦେବ ଓ ମାତା ପାର୍ବତୀ ଙ୍କ ଏଇ ଦୁର୍ଲଭ ଯୁଗଳ ମୂର୍ତ୍ତି ଦର୍ଶନ ରେ ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଶୀତଳଷଷ୍ଠୀ ଚତୁର୍ଦ୍ଦଶୀ ତିଥିରେ ସୁବର୍ଣ୍ଣପୁର ର ଇଷ୍ଟ ଦେବ ବାବା ସୁବର୍ଣ୍ଣ ମେରୁ ମହାରାଜାଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ର ଶେଖର ବାବା ଏହି ବିବାହ ଶୋଭାଯାତ୍ରାରେ ବାହାରିବାବେଳେ ସହରର ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଙ୍କ ସହ ସମସ୍ତ ଦେବା ଦେଵୀ ହିମାଦ୍ରୀ ନଗର କୁ ବିଜେ କରିଥାନ୍ତି l ସେଠାରେ ଶିବ ମହାପ୍ରଭୁ ଙ୍କୁ ପୂଜାର୍ଚ୍ଚନା ସହ ଆମନ୍ତ୍ରଣ କରାଯାଇ‌‌ ବିଧିମତେ ମାତା ପାର୍ବତୀ ଦେବୀଙ୍କ ସହ ବିବାଦ ଅନୁଷ୍ଠିତ ହୋଇଥିଲା l ଦେବ ଦମ୍ପତ୍ତି ଙ୍କ ବିବାହ ସମାପନ ପରେ ଉଭୟ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବାପାଇଁ ମାତା ପିତା ଙ୍କ ବାସ ଭବନ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଆଜି ଦେଖିବାକୁ ମିଳିଛି l ଆଜି ମଧ୍ୟ ରାତ୍ରରେ ତଥା ରବିବାର ଭୋର ପ୍ରାୟ ୩ ଟା ବେଳେ ନିଜର ସ୍ଵ -ମନ୍ଦିର ବିଜେ ପାଇଁ ଏକ ବିରାଟ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ନୀତି କାନ୍ତି ଅନୁସାରେ ସମସ୍ତ ଦେବା ଦେଵୀଙ୍କୁ ସାଙ୍ଗରେ ଧରି ବାହାରିବେ । ବର ମାତାପିତା ଜ୍ୟୋତିର୍ମୟୀ ମିଶ୍ର, ଶ୍ରୀକାନ୍ତ ମିଶ୍ର ଙ୍କ ଉଦୟ ନଗର ସ୍ଥିତ କୈଳାସ ପୁରୀ ବାସଭବନ ରେ ପହଞ୍ଚି ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପୁଣି ଶୋଭାଯାତ୍ରା କୁଞ୍ଜଛକ, ନଳିନୀ ଛକ, ବସଷ୍ଟାଣ୍ଡ ବିଜୁପଟ୍ଟନାୟକ ଛକ, ଗଙ୍ଗାଧର ମେହେର ଛକ ବଡବଜାର ଦୁର୍ଗାମଣ୍ଡପ ଛକଦେଇ ଶ୍ରୀ ଚନ୍ଦ୍ରଶେଖରଙ୍କ ମନ୍ଦିର କୁ ଆସିବା ବିଧି ଅଛି। ରାସ୍ତା ରେ ଜନସାଧାରଣଙ୍କ ଭିଡ ନିୟନ୍ତ୍ରଣ ପାଇଁ ଶୀତଳଷଷ୍ଠୀ କମିଟି, ଦେବୋତ୍ତର କମିଟି,ତଥା ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.