ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘୋଡ଼ାବନ୍ଧ କ୍ଲଷ୍ଟର ର ସିର୍ଲିପଡା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚତୃଭୂଜ ସାହୁ ଶିକ୍ଷକତା ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ସିର୍ଲିପଡ଼ା ବିଦ୍ୟାଳୟ ତରଫରୁ ତାଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ବିଦ୍ୟାଳୟ ପରିସରରେ ସିଆରସିସି ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଘୋଡବନ୍ଧ ସରପଞ୍ଚ ରଶ୍ମିତା ସାହୁ, ନର୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ ଶର୍ମା, ଅବସରପ୍ରାପ୍ତ ଶିକ୍ଷକ ଚତୃଭୂଜ ସାହୁ, ବିକ୍ରମ କୁମାର ପଧାନ, ସର୍ବେଶ୍ଵର ସାହୁ, ସିଆରସିସି ହେମନ୍ତ ମାଝୀ ପ୍ରମୁଖ ମଞ୍ଚାସୀନ ହୋଇ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କ କର୍ତ୍ତବ୍ୟ ନିଷ୍ଠତା, ସମୟାନୁ ବର୍ତ୍ତିତା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପଢୌକନ ଓ ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଁ ଏହି ବିଦ୍ୟାଳୟର ମୋର ସହକର୍ମୀ ଓ ଛାତ୍ରଛାତ୍ରୀ ଙ୍କ ଠାରୁ ଅନେକ ସ୍ନେହ ଶ୍ରଦ୍ଧା ପାଇଛି। ମୁଁ ଏହାକୁ ବିଦ୍ୟାଳୟ ନୁହଁ ମନ୍ଦିର ଭାବରେ ବିବେଚନା କରି ମୋର କର୍ତ୍ତବ୍ୟ କରିଛି। ଏଠାକାର ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ମୋତେ ଅନେକ ସ୍ନେହ ଓ ସମ୍ମାନ ଦେଇଛନ୍ତି। ଏହାକୁ ମୁଁ କେବେ ମଧ୍ଯ ଭୁଲି ପାରିବି ନାହିଁ ବୋଲି ତାଙ୍କ ବିଦାୟ କାଳୀନ ବକ୍ତବ୍ୟରେ କହିଥିଲେ।ଏହି ସମ୍ୱର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ଏବଂ କ୍ଲଷ୍ଟର ର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସିଆରସିସି ହେମନ୍ତ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।