କ.ନୂଆଗାଁ ମେଡିକାଲରେ ବିଧାନସଭା ଗୃହ କମିଟି ସ୍ବାସ୍ଥ୍ୟ ଭିତ୍ତିଭୂମି ପରଖିଲେ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ରାଜ୍ୟ ବିଧାନସଭାର ପଞ୍ଚମ ସ୍ଵାସ୍ଥ୍ୟ ସ୍ଥାୟୀ କମିଟି କନ୍ଧମାଳ ଜିଲ୍ଲା ଗସ୍ତ କରି ସନ୍ଧ୍ୟାରେ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କମିଟି ଅଧ୍ୟକ୍ଷ ସମେତ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ବିଭିନ୍ନ ସରକାରୀ ଯୋଜନାର ଅନୁଧ୍ୟାନ କରିବା ସହିତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଏହାପରେ କମିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ସଂପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମିତ କୁମାର ବେହେରା, ଡାକ୍ତର ପ୍ରତ୍ୟୁଷ କୁମାର ସେନାପତିଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ନାଗରିକ କମିଟି ସଦସ୍ୟ ଗୁରୁ ରାମ ପାତ୍ର ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ବିଶେଷଜ୍ଞ ଅଭାବ ଠାରୁ ଆରମ୍ଭ କରି ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ କମିଟିକୁ ଅବଗତ କରିଥିଲେ। ଏହା ସହିତ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଜିଲ୍ଲା ସଂଘ ପକ୍ଷରୁ ପଦୋନ୍ନତିରେ ସେମାନଙ୍କ ପ୍ରତି ଅନ୍ୟାୟ, ଅବିଚାର ଓ ବିଳମ୍ବିତ ହୋଇ ଥିବା ନେଇ ଏକ ଦାବିପତ୍ର କମିଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ। ଏ ନେଇ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନ ଏଡିଏଫଡବ୍ଲୁ ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସହ ଆଲୋଚନା କରି ସପ୍ତାହ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ପରେ ଗୃହ କମିଟି ସଦସ୍ୟ ପକ୍ଷରୁ ଅଧ୍ୟକ୍ଷ ଜିଲ୍ଲାର ମେଡିକାଲ ଗୁଡ଼ିକରେ ରହିଥ‌ିବା ସମସ୍ୟା ସଂପର୍କରେ ଆମେ ଅନୁଧ୍ୟାନ କଲାପରେ ଏହାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମାଧାନ ନିମନ୍ତେ ଓଡ଼ିଶା ସରକାରଙ୍କୁ ସୁପାରିସ କରିବୁ ବୋଲି ସେ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳୀ ପ୍ରଧାନଙ୍କ ସହିତ ଭିତ୍ତିଭୂମି ସଜାଡ଼ିବା ପାଇଁ ସଦସ୍ୟ ଗଣ ଆଲୋଚନା କରିଥିଲା ବେଳେ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ସମେତ ସଦସ୍ୟ ବିଧାୟକ ସୀମା ରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ଉମା ଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ,ଡ.ଫକୀର ମୋହନ ନାଏକ, ଗୌତମ ବୁଦ୍ଧ ଦାସ, ରୂପେଶ ପାଣି ଗ୍ରାହୀ, ସତ୍ୟଜିତ ଗମାଙ୍ଗ ପ୍ରମୁଖ ବିଧାୟକ ଗଣ ସାମିଲ ଥିଲେ।ଏହା ସହ କମିଟିଙ୍କ ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ, କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଏଥିରେ ସମସ୍ତ ଡାକ୍ତର, ଫାର୍ମାସିଷ୍ଟ, ବିପିଏମ, ବାଡ଼ା, ଆଶା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.