କ.ନୂଆଗାଁ ବ୍ଲକ ୧୦ମ ପଞ୍ଚାୟତ ସମିତି ବୈଠକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ଆଜି ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ବୈଠକକୁ ସଂଯୋଜକ ପିଇଓ ତଥା ଭାରପ୍ରାପ୍ତ ଜିପିଇଓ ଅନୀଲ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସ୍ବାସ୍ଥ୍ୟ, ଶିଶୁ ବିକାଶ ଯୋଜନା, ପଶୁ ସମ୍ପଦ, କୃଷି, ଉଦ୍ୟାନ, ଜଳ ପରିମଳ, ମୃତ୍ତିକା ସଂରକ୍ଷଣ, ଯୋଗାଣ ବିଭାଗ, ଶିକ୍ଷା, ଗମନା ଗମନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରା ଯାଇଥିଲା।ଏହା ସହ ବ୍ଲକର ୧୪ ଟି ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ସମାସ୍ଯା ସମ୍ପର୍କରେ ବୈଠକରେ ଉପସ୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ଯା ଅଭିଯୋଗ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ସହିତ ଆଶୁ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ।ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ୟକ୍ଷତା କରିଥିଲା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳୀ ପ୍ରଧାନ,ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ, ବିଧାୟକ ପ୍ରତିନିଧି ସହଦେବ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ସହକାରୀ ନୀର୍ବାହୀ ଯନ୍ତ୍ରୀ ଇଂ ଶୋଭମ ମହାପାତ୍ର ମଞ୍ଚାସୀନ ଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବିଇଓ ପ୍ରମୋଦ କୁମାର ମଲ୍ଲିକ, ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର, ବନପାଳ ଶୁଶାନ୍ତ କୁମାର ବୈଶାଖୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ରବି ନାରାୟଣ ଭୂୟାଁ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା, ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଭୁଦତ୍ତ ବିଶ୍ଵାଳ, ସିପି ରାକେଶ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ବ୍ଳକର ସମସ୍ତ ବିଭାଗୀୟ ପଦସ୍ଥ କର୍ମଚାରୀ ବୈଠକରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.