ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ମହକୁମା ବଡ଼ ଝିଙ୍କି ଠାରେ ପ୍ରଥମ ଥର ପାଇଁ ଏକ ଅବସର ପ୍ରାପ୍ତ ସୈନିକ ସଂଘ ଗଠନ ହୋଇଯାଇଛି। ହାବିଲଦାର ପ୍ରମୋଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅବସର ପ୍ରାପ୍ତ ସୈନିକ ଓ ଅର୍ଦ୍ଧ ସୈନିକଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିବା ବେଳେ ବୈଠକରେ ଜିଲ୍ଳାର ପ୍ରାୟ ୨୫ ଜଣ ଅବସର ପ୍ରାପ୍ତ ସୈନିକ ଓ ଅର୍ଦ୍ଧ ସୈନିକ ଯୋଗ ଦେଇଥିଲେ। ସଂଘକୁ ପରିଚାଳନା କରିବା ନିମନ୍ତେ ସଦସ୍ୟ ମାନଙ୍କ ଭିତରେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ ସୁବେଦାର ଭୋଜରାଜ ଦଣ୍ଡସେନା, ସମ୍ପାଦକ ଭାବରେ ହାବିଲଦାର ବିକ୍ରମାଦିତ୍ୟ ମହାକୁଡ, କୋଷାଧ୍ୟକ୍ଷ ଭାବରେ ସଞ୍ଜୟ କୁମାର ଷଡଙ୍ଗୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଆଗକୁ ଜିଲ୍ଲାରେ ଅଧିକରୁ ଅଧିକ ଅବସର ପ୍ରାପ୍ତ ସୈନିକଙ୍କୁ ଯୋଡିବା ସହ ସମସ୍ତ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜିଲ୍ଲା ର ଯୁବ ବର୍ଗ ଙ୍କ ଭିତରେ ଦେଶମାତୃକାର ସେବାରେ ଅନୁପ୍ରାଣିତ କରିବା ତଥା ସମାଜର ସବୁ ବର୍ଗଙ୍କ ଉନ୍ନତି ପାଇଁ ଯଥା ସମ୍ଭବ ଚେଷ୍ଟିତ ହେବା ପାଇଁ ସଂଘ ଗଠନର ମୂଳ ଉଦ୍ଦେଶ୍ୟ ବୋଲି ନୂତନ ସଭାପତି ସୂଚନା ଦେଇଥିଲେ। ପରେ ପରେ ନବଗଠିତ ନୂତନ କର୍ମକର୍ତ୍ତା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା ବେଳେ ଶେଷରେ ସଭାପତି ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।